fbpx

ଚପଲ କିଣିବାକୁ ଟଙ୍କା ନଥିବାରୁ ପାଦରେ ଗୁଡାଇଦେଲେ ପଲିଥିନ, ହେଲେ ଶିଶୁଙ୍କ ପାଦ ତାତିବାକୁ ଦେଲେନି ମାଆ

ଭୋପାଲ: ଦେଶରେ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେଉଛି। ଭୀଷଣ ଗରମ ହେତୁ ରାସ୍ତା ଘାଟ ସବୁ ତାତି ଯାଇ ରାସ୍ତାରେ ଚାଲିବା ଅତ୍ୟନ୍ତ କଷ୍ଟ ହେଇଯାଉଛି। ତେବେ ଏହି ତାତିଲା ଖରାରେ ଏକ କାରୁଣିକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାଟି ମଧ୍ୟପ୍ରଦେଶର ଶୟୋପୁରର। ସେଠାରେ ଖରାରୁ ରକ୍ଷା ପାଇବା ପାଇଁ ଜଣେ ମା ତାର ୩ଟି ଶିଶୁଙ୍କୁ ଚପଲ ବଦଳରେ ପଲିଥିନ ପିନ୍ଧିଇଥିବା ଫଟୋ ଭାଇରଲ ହେବାରେ ଲାଗିଛି।

ପିଲାଙ୍କ ଉପରକୁ ଯେତେବେଳେ ବିପତ୍ତି ଆସେ, ସେତେବେଳେ ମାଆ ହିଁ ସେମାନଙ୍କ ପାଇଁ ଢାଲ ହୋଇ ଠିଆ ହୁଏ। ଖରାଦିନରେ ମଧ୍ୟପ୍ରଦେଶର ଶୟୋପୁର ଜିଲ୍ଲାରେ ମଧ୍ୟ ଏହି ଦିନରେ ବହୁତ ଗରମ ଅନୁଭୂତ ହେଉଛି। ଭାଇରଲ ହେଉଥିବା ଫୋଟରେ ଗୋଟେ ମାଆ ତାର ୩ଜଣ ଶିଶୁମାନଙ୍କୁ ଖରାରୁ ରକ୍ଷା କରିବା ପାଇଁ ଚପଲ ବଦଳରେ ପଲିଥିନ ପିନ୍ଧାଇ ଥିବା ଦେଖାଯାଉଛି। ଏହି ଫଟୋରେ ଥିବା ମହିଳାଙ୍କ ନାମ ରୁକ୍ମଣୀ । ମହିଳା ଜଣଙ୍କ ଏହି ଉତ୍ତପ୍ତ ଖରାରେ ତାର ୩ଜଣ ଛୁଆଙ୍କ ସହ ରାସ୍ତା ଉପରେ ଗୋଡ଼ରେ ପଲିଥିନ ବାନ୍ଦି କରି ଘୁରି ବୁଲୁଥିଲେ ।

ଏହି ସମୟରେ ରାସ୍ତାରେ ଗତି କରୁଥିବା ଜଣେ ମିଡ଼ିଆ କର୍ମୀ ଇନସାଫ କୁରେସି, ସେମାନଙ୍କ ଫୋଟ ଉଠାଇଥିଲେ, ମହିଳାଙ୍କ ସହ କଥା ହେବା ପରେ ଜଣା ପଡ଼ିଲା ଯେ ତାଙ୍କର ସ୍ୱାମୀ ଅସୁସ୍ଥ ଅଛନ୍ତି । ସେ କାମ ଖୋଜିବା ପାଇଁ ସହରକୁ ଆସିଥିଲେ, ମହିଳାଙ୍କ ପାଖରେ କିଛି ମଧ୍ୟ ଟଙ୍କା ନଥିଲା । ପରେ ମିଡ଼ିଆ କର୍ମୀ ଜଣକ ଚପଲ କିଣିବା ପାଇଁ ସେମାନଙ୍କୁ କିଛି ଟଙ୍କା ଦେଇଥିଲେ।

Get real time updates directly on you device, subscribe now.