ଯଦି ବୀମା ଏଜେଣ୍ଟ ଭୁଲ୍ ସୂଚନା ଦେଇ ପଲିସି ବିକ୍ରି କରିଛନ୍ତି, ତେବେ ଆପଣ ଏହି ଆଧାରରେ ପାଇପାରିବେ ସମ୍ପୂର୍ଣ୍ଣ ଟଙ୍କା

ନୂଆଦିଲ୍ଲୀ: ବୀମା ଏଜେଣ୍ଟମାନେ ନିଜର ଟାର୍ଗେଟ ପୂରଣ କରିବା ପାଇଁ କିମ୍ବା ଅଧିକ କମିଶନ ପାଇବା ପାଇଁ ଭୁଲ ସୂଚନା ଦେଇ ଲୋକଙ୍କର ପଲିସି କରୁଛନ୍ତି । ଏହି କାରଣରୁ ବୀମା କମ୍ପାନୀଗୁଡିକ ସହିତ ପଲିସିଧାରୀମାନଙ୍କୁ ମଧ୍ୟ ଏକ ବଡ କ୍ଷତି ସହିବାକୁ ପଡୁଛି ।

ସାଧାରଣତଃ ଦେଖାଯାଏ ଯେ, ବୀମା ଏଜେଣ୍ଟମାନେ ଅଶିକ୍ଷିତ ଏବଂ କମ୍ ପଢ଼ିଥିବା ଲୋକଙ୍କୁ ପଲିସି ବିଷୟରେ ମିଛ କଥା କହି ବୀମା କରାଇଦିଅନ୍ତି, କିନ୍ତୁ ଟର୍ମ ସମାପ୍ତ ହେବା ପରେ ବୀମାକରିଥିବା ବ୍ୟକ୍ତିଙ୍କୁ ଏହାର କ୍ଷତି ସହିବାକୁ ପଡ଼ିଥାଏ । ନିକଟରେ ଜାତୀୟ ଉପଭୋକ୍ତା ଆୟୋଗରେ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଆୟୋଗ ବୀମା କମ୍ପାନୀ ଉପରେ ଜୋରିମାନା ଲଗାଇବା ସହିତ ବୀମାଭୁକ୍ତ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ରାଶି ଫେରାଇଥିଲା ।

ତେବେ ପଞ୍ଜାବର ମୋହାଲିର ବାସିନ୍ଦା ଅମରଜିତ କୌର ମହିନ୍ଦ୍ରା ଓଲ୍ଡ ମ୍ୟୁଚୁଆଲ୍ ଲାଇଫ୍ ଇନସୁରାନ୍ସ ଲିମିଟେଡ୍ ଠାରୁ ୪ ଲକ୍ଷ ୬୦ ଟଙ୍କା ବୀମା ପଲିସି ନେଇଛନ୍ତି । ବୀମା ଏଜେଣ୍ଟଙ୍କ ନିର୍ଦ୍ଦେଶରେ ସେ ତିନି ବର୍ଷ ପରେ ଟଙ୍କା କାଢ଼ିଥିଲେ, କିନ୍ତୁ କମ୍ପାନୀ ମାତ୍ର ୩୨,୦୦୦ ଟଙ୍କା ଫେରସ୍ତ କରିଥିଲା । ଏଭଳି ପରିସ୍ଥିତିରେ ମହିଳା ଜାତୀୟ ଗ୍ରାହକ ଆୟୋଗରେ କମ୍ପାନୀ ବିରୋଧରେ ଅଭିଯୋଗ କରିଥିଲେ । ଏହାପରେ ସେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇଥିଲେ ।