fbpx

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର ଚିକିତ୍ସା ପ୍ରତିଷ୍ଠାନରେ ଶଯ୍ୟା ସଂଖ୍ୟା ଏକହଜାରକୁ ବୃଦ୍ଧି: ଖାଲିପଡିଥିବା ବିଭିନ୍ନ ପଦ ଖୁବ୍‍ଶୀଘ୍ର ପୂରଣ ହେବ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର ଚିକିତ୍ସା ପ୍ରତିଷ୍ଠାନରେ କର୍କଟ ରୋଗୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ଏକହଜାରକୁ ବୃଦ୍ଧିକରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଗତକାଲି ପ୍ରତିଷ୍ଠାନ ପରିସରରେ ଆୟୋଜିତ ସାଧାରଣ ପରିଷଦ ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି । ଶ୍ରୀ ପୂଜାରୀ କହିଛନ୍ତି ରୋଗୀମାନଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ରରେ ଖାଲିପଡିଥିବା ବିଭିନ୍ନ ପଦ ଖୁବ୍‍ଶୀଘ୍ର ପୂରଣ କରାଯିବ ।

ସେହିଭଳି ପାଥୋଲୋଜିର ପିଜି ପାଠ୍ୟକ୍ରମ ଏହି କେନ୍ଦ୍ରରେ ଖୋଲିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି । ଏହାଛଡା ଏହି କେନ୍ଦ୍ରରେ ଖୁବ୍‍ଶୀଘ୍ର ଏକ ରକ୍ତଭଣ୍ଡାର ଖୋଲାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେବା ସହ ମୃତ ରୋଗୀଙ୍କ ଶବ ନେବାପାଇଁ କେନ୍ଦ୍ର ପରିସରରେ ଏକ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ବୈଠକ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ସହାୟତା କେନ୍ଦ୍ରକୁ ଉଦ୍‍ଘାଟନ କରିବା ସହ ବ୍ୟାଟେରୀ ଗାଡ଼ିର ଶୁଭାରମ୍ଭ କରିଛନ୍ତି ।

Get real time updates directly on you device, subscribe now.