fbpx

ଚଳିତ ଆର୍ଥିକ ବର୍ଷରେ ନିଯୁକ୍ତି ପାଇବେ ପ୍ରାୟ ୧.୨୬ ଲକ୍ଷ ଟେଲିକମ୍ କୁଶଳୀ ଯୁବକ: TSSC CEO

ନୂଆଦିଲ୍ଲୀ: ଟେଲିକମ୍ ଟେକ୍ନୋଲୋଜି ଦ୍ୱାରା ତାଲିମପ୍ରାପ୍ତ ପ୍ରାୟ ୧.୨୬ ଲକ୍ଷ କୁଶଳୀ ଯୁବକ ଚଳିତ ଆର୍ଥିକ ବର୍ଷରେ ନିଯୁକ୍ତି ପାଇବେ । ଟେଲିକମ ସେକ୍ଟର ସ୍କିଲ କାଉନସିଲ (ଟିଏସଏସସି)ର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଦକ୍ଷତା ବିକାଶ ଟ୍ରେନିଂ ପାଇଁ ଫିନଲାଣ୍ଡର ଟେଲିକମ୍ ଗିଅର ନିର୍ମାତା ନୋକିଆ ସହ ବୁଝାମଣା କରାଯାଇ ଅହମ୍ମଦାବାଦର କୌଶଲ୍ୟା- ଦି ସ୍କିଲ ୟୁନିଭରସିଟି କ୍ୟାମ୍ପସରେ ଏକ ନୂଆ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ ବୋଲି ଟିଏସଏସସି ପକ୍ଷରୁ ଘୋଷଣା କରାଯାଇଛି ।

ଚଳିତ ଆର୍ଥିକ ବର୍ଷରେ ଟିଏସଏସସି ୧.୨୬ ଲକ୍ଷ ଯୁବକଙ୍କୁ ତାଲିମ୍ ପ୍ରଦାନ କରିବ ଓ ସେମାନେ ଇଣ୍ଡଷ୍ଟ୍ରି ଦ୍ୱାରା ନିଯୁକ୍ତି ପାଇବେ । ନୋକିଆ ସହିତ ଏକ ନୂତନ କେନ୍ଦ୍ରର ଲଞ୍ଚ କାର୍ଯ୍ୟକ୍ରମ ଅବସରରେ ଟିଏସଏସସି ସିଇଓ ଅରବିନ୍ଦ ବାଲି ଏହା କହିଛନ୍ତି । ପ୍ରାର୍ଥୀଙ୍କୁ ୫ଜି ଟେକ୍ନେଲୋଜି ଦକ୍ଷତା ଟ୍ରେନିଂ ପ୍ରଦାନ ପାଇଁ ଆଇଟିଆଇ କୁବେରନଗର ଠାରେ ଥିବା ଉତ୍କର୍ଷ କେନ୍ଦ୍ର ଠାରେ ଏକ ଦକ୍ଷତା ଲ୍ୟାବ ସ୍ଥାପନ କରାଯିବ । ଶିକ୍ଷା ସମାପ୍ତ ପରେ ଅତିକମରେ ୭୦ ପ୍ରତିଶତ ଶିକ୍ଷାର୍ଥୀଙ୍କୁ ୪ରୁ ୬ ସପ୍ତାହ ମଧ୍ୟରେ ପେସମେଣ୍ଟ ଅଫର ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରୋଜେକ୍ଟର ପ୍ରଥମ ବର୍ଷର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୩୦୦ ପ୍ରାର୍ଥୀ ଉପକୃତ ହୋଇ ପାରିବେ ।

ଏନେଇ ନୋକିଆ ଇଣ୍ଡିଆର ଚିଫ୍ ମାର୍କେଟିଂ ଅଫିସର ଅମିତ ମାରୱାହ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଭାରତ ଭିଜନକୁ ସମର୍ଥନ କରୁଥିବା ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଟେଲିକମ ଟେକ୍ନୋଲୋଜି କ୍ଷେତ୍ରରେ ନୋକିଆ ଉଦ୍ଭାବନର ନେତୃତ୍ୱ ନେବାରେ ଆଗରେ ରହିଛି । ୫ଜି ଇକୋସିଷ୍ଟମ ନିର୍ମାଣରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏକ ବୈଷୟିକ କୁଶଳୀ ମାନବସମ୍ବଳର ବିକାଶ କରିବା ପାଇଁ ଆମେ ନିବେଶ କରୁଛୁ ।

ଉତ୍କର୍ଷ କେନ୍ଦ୍ରର ଭିତ୍ତିଭୂମି, ଯନ୍ତ୍ରପାତି ଓ ଟ୍ରେନିଂ ପାଇଁ ନୋକିଆ ତା’ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ନିବେଶ କରିଛି । ଗୁଜରାଟର ଶ୍ରମ, ଦକ୍ଷତା ବିକାଶ ଓ ନିଯୁକ୍ତି ମନ୍ତ୍ରୀ ବଲବନ୍ତସିନ ରାଜପୁତ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ ।

Get real time updates directly on you device, subscribe now.