ନୂଆଦିଲ୍ଲୀ: ଯଦି ଆପଣ ଘରେ ବସି ୟୁଟ୍ୟୁବରେ ରୋଜଗାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ୟୁଟ୍ୟୁବରେ ରୋଜଗାରର ପୁରା ହିସାବ ଆୟକର ବିଭାଗକୁ ଦେବା ସମୟରେ ଟିକସ ପଇଠ କରିବାକୁ ହେବ । ଏହା ସହିତ ୟୁଟ୍ୟୁବରେ ପଇସା କମାଇବା ଲାଗି ଏପରି ଭିଡିଓ ପ୍ରସ୍ତୁତ କରନ୍ତୁ ନାହିଁ ଯାହା ଅବୈଧ ଶ୍ରେଣୀରେ ଆସୁଛି । ଏହି ପରାମର୍ଶ ଆମେ ଆପଣଙ୍କୁ ଏଇଥିପାଇଁ ଦେଉଛୁ କି କାରଣ ଉତ୍ତରପ୍ରଦେଶର ଜଣେ ୟୁଟ୍ୟୁବରଙ୍କ ଘରେ ଆୟକର ବିଭାଗ ଚଢଉ କରିଛି । ଅଧିକାରୀଙ୍କ ମତ ଏହି ୟୁଟ୍ୟୁବର ଜଣକ ଅବୈଧ ତରିକାରେ ରୋଜଗାର କରିଛନ୍ତି । ତେବେ ସେ କେଉଁ ଅବୈଧ ଉପାୟରେ ଏହି ରୋଜଗାର କରିଛନ୍ତି ସେ ବିଷୟରେ ଆୟକର ବିଭାଗ କିଛି ଖୁଲାସା କରିନାହିଁ ।
ଘଟଣାଟି ହେଉଛି ବରେଲୀର । ଆୟକର ବିଭରଗ ଏଠାରେ ତସଲିମ୍ ନାମକ ଜଣେ ୟୁଟ୍ୟୁବରଙ୍କ ଘରେ ଚଢଉ କରି ନଗଦ୨୪ ଲକ୍ଷ ଟଙ୍କା ମରାମତ କରିଛି । ତସଲିମ୍ ୟୁଟ୍ୟୁବ ମାଧ୍ୟମରେ ଏକ କୋଟି ଟଙ୍କା ରୋଜଗାର କରିଛନ୍ତି । ସେ ଏହି ପଇସା ଅବୈଧ ରୂପରେ ରୋଜଗାର କରିଛନ୍ତି । କିନ୍ତୁ ତସଲିମଙ୍କ ପରିବାର ଏହି ଚଢଉକୁ ଏକ ସାଜିଶ ବୋଲି କହିଛନ୍ତି । ସେମାନେ କହିଛନ୍ତି ୟୁଟ୍ୟୁବରେ ପଇସା ରୋଜଗାର କରିବା କିଛି ଅପରାଧ ନୁହେଁ । ସେମାନେ ଏହା ଉପରେ ୪ ଲକ୍ଷ ଟିକସ ବି ଭରିଛନ୍ତି ବୋଲି କହିଛନ୍ତି ।
ତସଲିମଙ୍କ ୟୁଟ୍ୟୁବ ଚ୍ୟାନେଲ ଟ୍ରେଡିଂ ହବ୍ ୩.୦ ରହିଛି । ଏହି ଚ୍ୟାନେଲ ଜରିଆରେ ତାଙ୍କ ଭାଇ ସେୟାର ମାର୍କେଟ ସହ ଜଡିତ ଭିଡିଓ ଅପଲୋଡ୍ କରିଥାନ୍ତି । ତସଲିମଙ୍କ ଭାଇ ଫିରୋଜ କହିଛନ୍ତି ୟୁଟ୍ୟୁବରୁଆୟ କରିଥିବା ୧.୨ କୋଟି ଟଙ୍କାରୁ ସେ ୪ ଲକ୍ଷ ଟଙ୍କା ଟିକସ ଭରିଛନ୍ତି । ଏହା ସେମାନଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ।
ଏଠାରେ ସୂଚାଇ ଦିଆଯାଇପାରେ ୟୁଟ୍ୟୁବରୁ ହେଉଥିବା ଆୟ ବିଜନେସ୍ ଇନକମ୍ ଶ୍ରେଣୀରେ ଯାଇଥାଏ । ଯଦି ମୋଟ ଆୟ ୧ କୋଟିରୁ ଅଧିକ ହେବ ତେବେ ୟୁଟ୍ୟୁବର ଆୟକର ଅଧିନିୟମ ଧାରା ୪୪ଏବି ଜରିଆରେ ନିଜର ଆକାଉଣ୍ଟର ଅଡିଟ୍ କରାଇବାକୁ ହେବ ।