ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗ (ଓଏସଏସସି) ପକ୍ଷରୁ ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଗ୍ରୁପ-ବି ଓ ଗ୍ରୁପ-ସି’ର ବିଭିନ୍ନ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ବୁଣାକାର ସୁପରଭାଇଜର, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ, ବୈଷୟିକ ସହାୟକ, ଅମିନ ପାଇଁ ଅନେକ ପଦ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ନୋଟିଫିକେସନକୁ ପଢ଼ିବା ପରେ ଅନଲାଇନରେ ଆବେଦନ କରିପାରିବେ ।
ଜୁନ ମାସ ୨୬ ତାରିଖରୁ ଆସନ୍ତ ଜୁଲାଇ ମାସ ୨୪ ତାରିଖ ମଧ୍ୟରେ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ପଡ଼ିବ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦-୨୧ ବର୍ଷ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବିଭିନ୍ନ ପଦ ପାଇଁ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।
ବୁଣାକାର ସୁପରଭାଇଜର ପଦ ପାଇଁ ପ୍ରାର୍ଥୀ ହସ୍ତତନ୍ତ ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବା ଆବଶ୍ୟକ । ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ପଦ ପାଇଁ ପ୍ରାର୍ଥୀ କୃଷି ସମ୍ବନ୍ଧୀୟ ବିଷୟରେ ଯୁକ୍ତଦୁଇ ବିଜ୍ଞାନ / ବୈଷୟିକ ଶିକ୍ଷା ପାସ୍ କରିଥିବା ଆବଶ୍ୟକ । ବୈଷୟିକ ସହାୟକ ପଦ ପାଇଁ ପ୍ରାର୍ଥୀ ମାଟ୍ରିକ ପାସ କରିବା ସହିତ ସରକାରୀ ସଂସ୍ଥାରୁ ହସ୍ତତନ୍ତ ବୁଣାକାର ଓ ଡିଜାଇନ ଟ୍ରେନିଂ ନେଇଥିବେ । ଅମିନ ପଦ ପାଇଁ ପ୍ରାର୍ଥୀ ଯୁକ୍ତ ଦୁଇ ପାସ କରିବା ସହିତ କମ୍ପ୍ୟୁଟର ଜାଣିଥିବେ ।
ଅନଲାଇନ୍ ରେଜିଷ୍ଟ୍ରେସନ ଲିଙ୍କ: ttps://www.ossc.gov.in/Public/Pages/Instruction_For_Candidate.aspx?u=e
ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.aspx