fbpx

ଜୁଲାଇ ମାସରେ ୧୫.୩୪ ଲକ୍ଷ କୋଟି ଟଙ୍କା ସହିତ ରେକର୍ଡ ୯.୯୬ ବିଲିୟନ ଛୁଇଁଲା ୟୁପିଆଇ କାରବାର

ନୂଆଦିଲ୍ଲୀ: ଭାରତରେ ଅନ୍‌ଲାଇନ୍ ପେମେଣ୍ଟ ବ୍ୟବସ୍ଥା ୟୁନିଫାଏଡ୍ ପେମେଣ୍ଟଫେସ୍‌(ୟୁପିଆଇ) ମାଧ୍ୟମରେ ଜୁଲାଇ ମାସରେ ୯.୯୬ ବିଲିୟନ ୟୁପିଆଇ କାରବାର ୧୫.୩୪ ଲକ୍ଷ କୋଟି ଟଙ୍କାର ନେଣଦେଣ ହୋଇଥିଲା। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ମିଳିଛି। ଏଥିରେ ଦେଖିବାକୁ ମିଳିଛି ଯେ, ଜୁନ୍ ମାସ ତୁଳନାରେ ଜୁଲାଇରେ ୬.୬% କାରବାର ବୃଦ୍ଧି ପାଇଛି । ଜୁନ୍ ମାସରେ ୧୪.୭୫ ଲକ୍ଷ କୋଟି ଟଙ୍କା କାରବାର ହୋଇଥିଲା।

ପିଡବ୍ଲ୍ୟୁସି ରିପୋର୍ଟ ଅନୁଯାୟୀ ୨୦୨୬-୨୭ ସୁଦ୍ଧା ୟୁପିଆଇ କାରବାର ଦୈନିକ ଏ ବିଲିୟନ ରେ ପହଞ୍ଚିବ । ଯାହା ଭାରତର ୯୦% ଡିଜିଟାଲ ପେମେଣ୍ଟ ଅଟେ । ସରକାର ବର୍ତ୍ତମାନ ୟୁପିଆଇ ସେବାକ ଅନ୍ୟ ଦେଶ ମାନଙ୍କରେ ଉପଲବ୍ଧ କରାଇବାକୁ ଉଦ୍ୟମ କରୁଛନ୍ତି ।

ନିକଟରେ ଫ୍ରାନ୍ସରେ ୟୁପିଆଇ କାରବାର ଆରମ୍ଭ ହୋଇଛି । ସେହିଭଳି ଜୁଲାଇରେ ଶ୍ରୀଲଙ୍କାରେ ୟୁପିଆଇ କାରବାର ପାଇଁ ଜଜୁଲାଇରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି । ଏହା ପୁର୍ବରୁ ଚଳିତ ବର୍ଷ ଫେବୃଆରି ମାସରେ ସିଙ୍ଗାପୁର ସରକାରଙ୍କ ସହିତ ମଧ୍ୟ ସମ୍ପର୍କିତ ଚୁକ୍ତି ହୋଇଛି । ୟୁପିଆଇ ସିଙ୍ଗାପୁରର ପେନାଓ ସହିତ ମିଶି ସେଠାରେ କାରବାର ଆରମ୍ଭ କରିଛି । ସେହିପରି ୟୁଏଇ, ଭୂଟାନ ଏବଂ ନେପାଳରେ ମଧ୍ୟ ୟୁପିଆଇ ପେମେଣ୍ଟ ସେବା କାର୍ଯ୍ୟକାରି ହେଉଛି ।

Get real time updates directly on you device, subscribe now.