fbpx

ଉଦ୍ଧାର ହେଲା ୨ କାଉଡ଼ିଆଙ୍କ ମୃତଦେହ, କାଲି ପାଣି ଉଠାଇବାକୁ ଯାଇ ନିଖୋଜ ଥିଲେ

ସୋର: ସାଳନ୍ଦୀ ନଦୀରୁ ଦୁଇ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି । କାଲି ପାଣି ଉଠାଇବାକୁ ଯାଇ ନିଖୋଜ ଥିଲେ । ବାଲେଶ୍ୱର ଜିଲ୍ଲାର ବରଦା ପଞ୍ଚାୟତ ସାଳନ୍ଦୀ ନଦୀରେ ୨ କାଉଡ଼ିଆ ବୁଡିଯାଇଥିଲେ ।

ସୂଚନା ଅନୁଯାୟୀ, ଗତକାଲି ଅର୍ଥାତ ଅଗଷ୍ଟ ୭ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଖଇରା ବ୍ଲକ ବରଦା ନିକଟସ୍ଥ ଅଣିଜ ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ବରଦା ପୋଲ ତଳେ ସାଳନ୍ଦୀ ନଦୀରେ ଭାସିଯାଇଥିଲେ ଏହି ଦୁଇ କାଉଡ଼ିଆ ।

ନିଖୋଜ ଥିବା ଏହି ଦୁଇ କାଉଡିଆ ଜୟୀପୁର ଗ୍ରାମର ବୋଲି ସୂଚନା ମିଳିଛି । ଖବର ପାଇ ଆଗରପଡା ଓ ଅଡା ଦମକଳବାହିନୀ ଖୋଜାଖୋଜି ଜାରି ରଖିଥିଲା । ତେବେ ଆଜି ସକାଳୁ ସକାଳୁ ଦୁଇ ଜଣଙ୍କ ମୃତଦେହ ସେହି ସାଳନ୍ଦୀ ନଦୀରୁ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.