fbpx

ସାମୂହିକ ଭାବେ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଜି-୨୦ ଦୁର୍ନୀତି ନିବାରଣ ମନ୍ତ୍ରିସ୍ତରୀୟ ବୈଠକରେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କଡ଼ାନୀତି ପ୍ରଣୟନ କରିଛି । ସାମୂହିକ ଭାବେ ଭ୍ରଷ୍ଟାଚାର ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।କୋଲକାତାଠାରେ ଅନୁଷ୍ଠିତ ଜି-୨୦ ଦୁର୍ନୀତି ନିବାରଣ ମନ୍ତ୍ରିସ୍ତରୀୟ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ସୁଶାସନ ବ୍ୟବସ୍ଥାରେ ଦୁର୍ନୀତିକୁ ସମାପ୍ତ କରିବା ଏବଂ ଶାସନରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ।

ସେ କହିଛନ୍ତି, ଏଥିପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସହ ଇ-ପ୍ରଶାସନକୁ ଗୁରୁତ୍ୱ ଦିଆଯାଉଛି । ଶାସନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତାର ବାତାବରଣ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁର୍ନୀତି ଯୋଗୁଁ ବିଶେଷ କରି ଗରିବ ଏବଂ ଅବହେଳିତ ଲୋକ କ୍ଷତିଗ୍ରସ୍ତ ହୋଇଥାଆନ୍ତି । ଏହାଦ୍ୱାରା ବିଭିନ୍ନ ସମ୍ବଳର ବଣ୍ଟନ, ବଜାର ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହ ଲୋକଙ୍କ ଜୀବନ ପ୍ରଭାବିତ ହୋଇଥାଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଅର୍ଥନୈତିକ ଅପରାଧୀମାନଙ୍କୁ ଆଇନର ପରିସର ମଧ୍ୟକୁ ଆଣିବା ଲାଗି ପ୍ରୟାସ କରି ଆସୁଅଛନ୍ତି । ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏଥିପାଇଁ ଆଇନର ବ୍ୟବସ୍ଥା ହେବା ସହ ଏହା ମାଧ୍ୟମରେ ୧୮୦ କୋଟି ଡଲାରସମ୍ପତ୍ତି ଜବତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.