fbpx

Video : ମଣିପୁର ରାଇଫଲରେ କାମ କରୁଥିବା ଓଡ଼ିଆ ବୀର ସହିଦ, ଗୋଟିଏ ଓଡିଆ ପୁଅର ଚିତା ନଲିଭୁଣୁ ଆଉ ଗୋଟିଏ ପୁଅ

ଭେଡେନ : ଲାଗୁଛି ସତେ ଯେମିତି ଓଢିଶାକୁ ବିପଦ ପଡିଛି । ଗୋଟିଏ ପରେ ଗୋଟିଏ ଓଡ଼ିଆ ବୀର ଯବାନ ସହିଦ ହେଉଛନ୍ତି । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସୁନାଲରମ୍ଭା ପଞ୍ଚାୟତ ସ୍ଥିତ ବାଘପାଲି ଗାଁର ବୀର ଯବାନ ନୀଳାଚଳ ପଟେଲ ୪୫ ବର୍ଷ ବୟସରେ ସହିଦ ହୋଇଯାଇଛନ୍ତି । ଡ଼୍ୟୁଟିରେ ଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ସହିଦ ହୋଇଥିବା କୁହାଯାଉଛି । ଯବାନଙ୍କ ସହିଦ ହେବା ଖବର ଶୁଣିବା ପରେ ଗାଁରେ ଶୋକର ଛାୟା ସୃଷ୍ଟି ହୋଇଯାଇଛି ।

୪୫ ବର୍ଷିୟ ଯବାନ ମଣିପୁର ଆସାମ ରାଇଫଲରେ ୨୦୦୦ ମସିହାରେ ଯୋଗ ଦେଇଥିଲେ । ସେବେଠାରୁ ସେ ଆମ ଦେଶକୁ ସେବା ଯୋଗାଇ ଆସୁଥିଲେ । ଶୁକ୍ରବାର ରାତିରେ ଆସାମର ଦୀନାପୁରରେ ଅନ୍ୟ ଯବାନଙ୍କ ସହ ଡ୍ୟୁଟି କରୁଥିଲେ । ଏତିକି ବେଳେ ଏକ ସଡକ ଦୁର୍ଘଟଣାରେ ଯବାନ ଆହତ ହୋଇ ସହିଦ ହେବା କଥା ଜଣାପଡିଛି । ଆସନ୍ତା କାଲି ଅର୍ଥାତ ସୋମବାର ଦିନ ନିଜ ଗ୍ରାମକୁ ସହିଦ ଯବାନଙ୍କ ପାର୍ଥିବ ଶରୀର ଆସିବ ବୋଲି ତାଙ୍କ ବଡ଼ ଭାଇ ନୀଳାମ୍ବର କହିଛନ୍ତି ।

Get real time updates directly on you device, subscribe now.