ନୂଆଦିଲ୍ଲୀ : ପ୍ରଚଣ୍ଡ ଖରାରେ ଟ୍ରାଫିକ ସିଗନାଲରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ବିଭାଗ ପକ୍ଷରୁ AC ହେଲ୍ମେଟ୍ ପାଇଁ ଏକ ନୂତନ ପରୀକ୍ଷା ଆରମ୍ଭ ହୋଇଛି। ସୂଚନାନୁସାରେ, ହେଲମେଟକୁ ଶକ୍ତି ଦେବା ପାଇଁ ବ୍ୟାଟେରୀ ବ୍ୟବହାର କରାଯାଇଛି, ଯାହା ପୋଲିସ୍ କର୍ମଚାରୀଙ୍କୁ ଉତ୍ତାପ ସହିତ ଧୂଳି, ସୂର୍ଯ୍ୟ କିରଣ ଏବଂ ପ୍ରଦୂଷଣରୁ ରକ୍ଷା କରିବ। ଏହି ପରୀକ୍ଷଣ ହେତୁ ନିକଟରେ ଅହମ୍ମଦାବାଦରେ ଡ୍ୟୁଟିରେ ଥିବାବେଳେ କିଛି ପୋଲିସ ଏସି ହେଲମେଟ ପିନ୍ଧିଥିବାର ନଜର ଆସିଥିଲେ।
ତେବେ ହେଲମେଟ୍କୁ ଏକ ତାର ଜରିଆରେ ବ୍ୟାଟେରି ସହ ସଂଯୋଗ କରାଯାଇଛି । ଏହି ବ୍ୟାଟେରି ପୁଲିସକର୍ମୀଙ୍କ ଅଣ୍ଟାରେ ରହିବ । ତେଣୁ ହେଲ୍ମେଟ ବେଶୀ ଓଜନଦାର ହେବ ନାହିଁ । ଏଥିରେ ଏକ ଛୋଟ ଫ୍ୟାନ୍ ରହିଛି । ଯାହା ଦ୍ୱାରା ହେଲ୍ମେଟରୁ ବାହାରୁଥିବା ଥଣ୍ଡା ପବନ ଦେହରେ ମଧ୍ୟ ବାଜିବ ।
ବ୍ୟାଟେରି ଫୁଲ୍ ଚାର୍ଜ ହେବା ପରେ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକ୍ଅପ୍ ରଖିବ । ଫଳରେ ୮/୧୦ ଘଣ୍ଟା ପର୍ଯ୍ୟନ୍ତ ହେଲମେଟରେ ଏସି କାମ କରିବ । ହେଲମେଟ ଭିତରେ ତାପମାତ୍ରା ୨୪ରୁ ୨୫ ଡିଗ୍ରୀ ସେଲ୍ସିୟସ ରହିବ । ଆଗ ପାଖରେ ଏକ ଗ୍ଲାସ୍ ରହିଛି । ହେଲମେଟ ବ୍ୟବହାରର କିଛି ଦିନ ପରେ ଏହା କିପରି କାମ କରୁଛି ସେନେଇ ଟ୍ରାଫିକ୍ ପୋଲିସ କର୍ମଚାରୀ ଜଣାଇବା ପରେ ଅହମଦାବାଦ ପୋଲିସ ଏହାର ଅଧିକ ନିର୍ମାଣ ପାଇଁ ବ୍ୟବସ୍ଥା କରିବ ବୋଲି କୁହାଯାଇଛି । କର୍ମଚାରୀଙ୍କ ପାଇଁ ଏହା କେତେ ଉପଯୋଗୀ ହେବ, ଏହାର ସୂଚନା ଏହାର ଶେଷ ହେବା ପରେ ହିଁ ସାମ୍ନାକୁ ଆସିବ ।