fbpx

ବିଦ୍ୟାଳୟକୁ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଇଥିଲେ, ହେଲେ ହଠାତ୍ ୮ ଛାତ୍ର ଛାତ୍ରୀ…

ମୟୁରଭଞ୍ଜ: ବିଦ୍ୟାଳୟକୁ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଇ ୮ ଛାତ୍ର ଛାତ୍ରୀ ଗୁରୁତର । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସାରବସା ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଏଭଳି ଅଭାବନୀୟ ଘଟଣା । ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଞ୍ଚିଥିଲେ । ହେଲେ ହଠାତ୍ ସେମାନଙ୍କ ଭିତରୁ ୮ ଜଣଙ୍କୁ ବାନ୍ତି ହେବା ସହିତ ଜ୍ୱର ଆସିଥିଲା । ଏହାପରେ ସେହିଠାରେ ଛାତ୍ରଛାତ୍ରୀ ମାନେ ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା । ଗୁରୁତର ସମସ୍ତ ଛାତ୍ରଛାତ୍ରୀଙ୍କ ବୟସ ୭ ରୁ ୯ ବର୍ଷ ମଧ୍ୟରେ ହୋଇଥିବା ଜଣାଯାଇଛି ।

ସୂଚନା ମୁତାବକ, ଗତକାଲି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଆଇରନ ବଟିକା ଖାଇବାକୁ ଦିଆଯାଇଥିଲା । ଆଉ ଏହି ଆଇରନ୍ ବଟିକା ଖାଇ ବିଦ୍ୟାଳୟର ୮ ଛାତ୍ର ଛାତ୍ରୀ ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଚିକିତ୍ସା ନିମନ୍ତେ ନେଇ ସେମାନଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ଚିକିତ୍ସା ପରେ ସେମାନଙ୍କ ଅବସ୍ଥାରେ ସୁଧାର ଆସିଥିବା କହିଛନ୍ତି ଡାକ୍ତର । ହେଲେ ଏହି ୮ ଛାତ୍ରଛାତ୍ରୀ ଦୁଇ ଦିନ ଡାକ୍ତରଖାନାରେ ରହି ଚିକିତ୍ସିତ ହେବେ ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଭଳି ତ୍ରୁଟି ସ୍କୁଲରେ କିପରି ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ ମାନେ ।

Get real time updates directly on you device, subscribe now.