fbpx

ଷ୍ଟିଲ୍‌ ଅପେକ୍ଷା ମାଟିପାତ୍ରରେ ଖାଇଲେ ମିଳିଥାଏ ଅଦ୍ଭୁତ ଲାଭ

ପୁରାତନ କାଳରେ ଲୋକ ମାଟି ପାତ୍ରରେ ଖାଦ୍ୟ ରୋଷେଇ କରୁଥିଲେ। କିନ୍ତୁ ସମୟ ସହ ସବୁ କିଛି ବଦଳିଗଲା । ଏନେଇ ଖାଦ୍ୟପେୟ ସହ ରହିବା ଶୋଇବା ଆଦିର ଶୈଳୀ ସବୁ ବଦଳି ଗଲାଣି। ଏହି ପରିବର୍ତ୍ତନ ପାଇଁ ଅନେକ ପ୍ରକାରର ଅସୁବିଧା ଏବଂ ଶାରୀରିକ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏଣୁ ଏବେ ପୁରାତନ କାଳର କିଛି ଜିନିଷକୁ ପୁଣି ଆପଣାଇ ଆପଣ ସୁସ୍ଥ ଏବଂ ତନ୍ଦରୁସ୍ତ ଜୀବନଯାପନ କରିପାରିବେ। ଏହି ଜିନିଷ ମଧ୍ୟରେ ଏକ ହେଉଛି ମାଟିର ବାସନ। ମାଟି ବାସନରେ ରୋଷେଇ କରିବା ଦ୍ବାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ। ଆସନ୍ତୁ ଜାଣିବା ମାଟି ପାତ୍ରରେ ରୋଷେଇ କରିବାର ଅନେକ ଫାଇଦା।

ଆଲୁମିନିୟମ, ଷ୍ଟିଲ୍‌ ବାସନରେ ରାନ୍ଧିବା ସମୟରେ ଖାଦ୍ୟ ଅନେକ ଥର ଜଳି ଯାଇଥାଏ। ଅବଶ୍ୟ ହଜମ ହେବା ସହଜ କିନ୍ତୁ ସ୍ବାଦ ଏବଂ ପୁଷ୍ଟିକର ଶୂନ୍ୟ ହୋଇଯାଏ। କିନ୍ତୁ କମ୍‌ ନିଆଁରେ ଏକ ମାଟିପାତ୍ରରେ ସଠିକ୍‌ ଭାବରେ ରନ୍ଧା ଯାଇପାରେ।

ପିତ୍ତଳ ବାସନକୁସନ ରାନ୍ଧିବା ପାଇଁ ବ୍ୟବହୃତ ହୁଏ। ମାତ୍ର ଏଥିରେ ଖାଦ୍ୟର ପୁଷ୍ଟିକର ଅଂଶ ନଷ୍ଟ ହୋଇଥାଏ। କିନ୍ତୁ ଖାଦ୍ୟ ଯଦି ମାଟିପାତ୍ରରେ ରନ୍ଧାଯିବ ଏବଂ ଏହି ପାତ୍ରରେ ଖିଆଯିବ ଏହା ୧୦ ଗୁଣ ପୁଷ୍ଟିକର ହୋଇଥାଏ। ଯାହା ଆମ ସ୍ବାସ୍ଥ୍ୟ ପାଇଁ ଜରୁରୀ ଅଟେ।

ଏହାବ୍ୟତୀତ ଷ୍ଟିଲ୍‌ ଏବଂ ଆଲୁମିନିୟମ ବାସନରେ ରାନ୍ଧିବା ସମୟରେ ତେଲ ଅଧିକ ବ୍ୟବହୃତ ହୁଏ। ଯାହା ଦ୍ୱାରା ଖାଦ୍ୟ ଏବଂ ମସଲା ତଳ ଭାଗରେ ଲାଗି ଥାଏ, କିନ୍ତୁ ମାଟି ହାଣ୍ଡିରେ ଖାଦ୍ୟ ରାନ୍ଧିଲେ ଏହା ଲାଗି ନ ଥାଏ। ଏମିତି ବି କମ୍‌ ତେଲ ମସଲା ସ୍ବାସ୍ଥ୍ୟ ପକ୍ଷେ ହିତକର।

ଅନ୍ୟ ବାସନରେ ଖାଦ୍ୟ ପଦାର୍ଥ ରଖିଲେ ଏହା ଶୀଘ୍ର ଥଣ୍ଡା ହୋଇଯାଇଥାଏ। ବାରମ୍ବାର ଗରମ କରି ଖାଇବା ଦ୍ୱାରା ସ୍ବାଦରେ ପରିବର୍ତ୍ତନ ମଧ୍ୟ ଆସିଥାଏ। ମାତ୍ର ଏକ ମାଟିପାତ୍ରରେ ଖାଦ୍ୟ ରାନ୍ଧିଲେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଗରମ ରହେ।

ମାଟିହାଣ୍ଡି ମାଂସ ହେଉ କି ବିରିୟାନି ଆପଣ ଯଦି ଖାଇଥିବେ ଏହାର ସ୍ବାଦ ନିଶ୍ଚିତ ଜାଣିଥିବେ। ଆଜି ବି ଅନେକ ଗ୍ରାମରେ ମାଟିପାତ୍ରରେ ଖାଦ୍ୟ ରନ୍ଧା ଯାଇ ଖିଆଯାଏ। ସ୍ବାଦ ଏବଂ ସୁଗନ୍ଧକୁ ବଞ୍ଚାଇବା ପାଇଁ ମାଟି ହାଣ୍ଡିରେ ଖାଦ୍ୟ ରାନ୍ଧି ଖାଆନ୍ତୁ।

Get real time updates directly on you device, subscribe now.