fbpx

ସ୍ୱପ୍ନରେ ଏହି ୩ ଧଳା ଜୀବ ଦେଖିବା ଦ୍ଵାରା କ’ଣ ମିଳିଥାଏ ସଙ୍କେତ ? ଜାଣନ୍ତୁ

ରାତିରେ ଶୋଇବା ସମୟରେ ସ୍ୱପ୍ନ ଦେଖିବା ସ୍ୱାଭାବିକ । ସେହି ସ୍ୱପ୍ନଗୁଡ଼ିକ ମଧ୍ୟରୁ କିଛି ଦେଖି ଆମେ ଭୟଭୀତ ହୋଇଥିବା ବେଳେ, ଆଉ କିଛି ସ୍ୱପ୍ନ ଆମକୁ ସୁଖ ଦେଇଥାଏ । ସକାଳୁ ଉଠିବା ପରେ, ଆମେ ସ୍ୱପ୍ନର ଅର୍ଥ ବିଷୟରେ ଚିନ୍ତା କରିଥାଉ, କିନ୍ତୁ ସେଗୁଡ଼ିକୁ ବୁଝିପାରୁ ନାହୁଁ । ଏହିପରି ସ୍ୱପ୍ନର ଅର୍ଥ ସ୍ୱପ୍ନ ଶାସ୍ତ୍ରରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ତେବେ ଚାଲନ୍ତୁ ଜାଣିବା ସ୍ୱପ୍ନରେ ଧଳା ଜୀବ ଦେଖିବାର ଅର୍ଥ ଜାଣନ୍ତୁ…

ଧଳା ସାପ : ଯଦି ଆପଣ ସ୍ୱପ୍ନରେ ଧଳା ସାପ ଦେଖନ୍ତି, ଏହାର ଅର୍ଥ ଆପଣଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି । ଏପରି ସାପ ଦେଖିବାର ଅର୍ଥ ଭଗବାନ ଶିବଙ୍କ ଆଶୀର୍ବାଦ ବୋଲି ବିବେଚନା କରାଯାଏ । ଏଥି ସହିତ ଏହି ପ୍ରକାର ସାପ ଦେଖିବା ଦ୍ୱାରା ଅଟକି ଯାଇଥିବା କାମ ସମାପ୍ତ ହୁଏ ।

ଧଳା ମୟୂର : ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସ୍ୱପ୍ନରେ ଧଳା ମୟୂର ଦେଖନ୍ତି, ଏହାର ଅର୍ଥ ଆପଣଙ୍କ ପରିଶ୍ରମର ଫଳ ମିଳିବାକୁ ଯାଉଛି । ଆପଣ ନିକଟ ଭବିଷ୍ୟତରେ କିଛି ସଫଳତା ପାଇବେ କିମ୍ବା ଘରକୁ ଭଲ ଖବର ଆସିପାରେ ।

ଧଳା ସିଂହ : ଯଦି ସ୍ୱପ୍ନରେ ଧଳା ସିଂହ ଦେଖନ୍ତି, ଏହାର ଅର୍ଥ ଆପଣ କ୍ୟାରିଅରରେ ସଫଳତା ପାଇବାକୁ ଯାଉଛନ୍ତି । ଅନ୍ୟପକ୍ଷରେ ବ୍ୟବସାୟୀମାନେ ଲାଭ ପାଇପାରନ୍ତି । ଏହା ପରିବାରର ଆର୍ôଥକ ସ୍ଥିତିକୁ ମଜଭୁତ କରିଥାଏ ।

Get real time updates directly on you device, subscribe now.