fbpx

(Video) ବିଲ୍ଡିଂରେ ଦେଖାଦେଲା ଭୟଙ୍କର ‘ଭୂତ’, ଆଖି ପିଛୁଳାକେ ଚାଲିଗଲା ଉପରକୁ, ଭିଡ଼ିଓ ଦେଖି ଟାଙ୍କୁରୀ ଉଠିବ ଲୋମ

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଖୁବ୍ କମ ଲୋକ ଭୂତ-ପ୍ରେତ ଘଟଣା ଉପରେ ବିଶ୍ୱାସ କରନ୍ତି । ବହୁ ଲୋକ କୁହନ୍ତି ଯେ, ଏହା କେବଳ ଲୋକମାନଙ୍କ ମନରେ ଥିବା ଭ୍ରମ । ଅନ୍ୟ ପକ୍ଷରେ ଅନେକ ଲୋକ ଏହା ମଧ୍ୟ ଦାବି କରିଛନ୍ତି ଯେ, ସେମାନେ ଭୂତ ବା ପିଶାଚୁଣୀ ଦେଖିଛନ୍ତି । ତେବେ ଏହାରି ମଧ୍ୟରେ ଏପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଭୟଭୀତ ହୋଇଛନ୍ତି ।

ଭାଇରାଲ ଭିଡିଓରେ ଏହା ଦେଖାଯାଉଛି ଯେ, ଏକ ବିଲ୍ଡିଂ ତିଆରି ହେଉଛି । ଏହି ବିଲ୍ଡିଂରେ ଜଣେ ବ୍ୟକ୍ତି ମଧ୍ୟ ଉପସ୍ଥିତ ଅଛି । ଏହି ବ୍ୟକ୍ତି ଜଣକ ସେଠାରେ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଏକ ଭୂତକୁ ଦେଖିଥିଲା । ଏଥିସହ ଏହି ଭୂତର ଲମ୍ବା କେଶ ଏବଂ ଅବିକଳ ଟିଭି ସିରିଆଲରେ ଦେଖାଯାଉଥିବା ଭୂତ ପରି ହୋଇଛି । ଆପଣ ଭିଡ଼ିଓରେ ଦେଖିପାରୁଥିବେ ଯେ, ଭୂତଟି ପବନରେ ଝୁଲି ରହିଛି । ଏହି ସମୟରେ ଉପସ୍ଥିତ ଥିବା ବ୍ୟକ୍ତି ଜଣକ ଏହି ଦୃଶ୍ୟର ଭିଡ଼ିଓଟି ସୁଟିଂ କରିଛି ।

ଭୟ ଯୋଗୁଁ ପୁରୁଷର ହାତ ଓ ଗୋଡ଼ ଫୁଲି ଯାଇଥିଲା। ଏହି କଷ୍ଟ ସମୟରେ ସେ ଆଲ୍ଲାଙ୍କୁ ସ୍ମରଣ କରୁଥିଲେ। ଭିଡିଓରେ ସେ ‘ଆଲ୍ଲା ହୁ ଆକବର’ ବୋଲି ମଧ୍ୟ କହିଥିବାର ନଜର ଆସିଛନ୍ତି। ବ୍ୟକ୍ତି ଜଣକ ‘ଆଲ୍ଲା ହୁ ଆକବର’ କହିବା ଆରମ୍ଭ କରିବା ମାତ୍ରେ ପବନରେ ଝୁଲୁଥିବା ଭୂତ ଛାତର କାନ୍ଥକୁ ବିଦ୍ଧ କରି ଅଦୃଶ୍ୟ ହୋଇଗଲା। ଏହି ଭିଡିଓରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେତେବେଳେ ଭୂତ ଛାତର କାନ୍ଥ ଉପରକୁ ଗଲା, ଛାତରେ ଗୋଟିଏ ବି ଫାଟ ନଥିଲା କିମ୍ବା ଛାତର କୌଣସି ଅଂଶ ଭାଙ୍ଗିବା ଦେଖାଯାଇ ନଥିଲା।

Get real time updates directly on you device, subscribe now.