fbpx

ବାହାର ରାଜ୍ୟରୁ ୧ଲକ୍ଷ ୧୫ହଜାର ୩୯୦ଜଣ ପ୍ରବାସୀ ଫେରିଛନ୍ତି: ବାଗଚୀ

ଭୁବନେଶ୍ୱର, ୧୫ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । କରୋନାରେ ବିଶ୍ୱରେ ଏପର୍ଯ୍ୟନ୍ତ ୩ଲକ୍ଷ ଲୋକଙ୍କ ମୃତ୍ୟୁ ହେଲାଣି । ଇଟାଲୀର ଭୁଲରୁ ରାଜ୍ୟ ଶିକ୍ଷା ନେଇଥିଲା । ସେଥିପାଇଁ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଉପରେ ଜୋର ଦିଆଯାଇଥିଲା । ରାଜ୍ୟରେ ୩୫ଟି କୋଭିଡ଼ ହସ୍ପିଟାଲରେ ୫ହଜାରରୁ ଅଧିକ ଶଯ୍ୟା ରହିଛି । କରୋନାକୁ ନେଇ ଭୟଭୀତ ହେବାର ନାହିଁ । ଆମେ ଏହାକୁ ଦୃଢ଼ ଭାବେ ମୁକାବିଲା କରିବା । କରେନା ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ ରହିଛି । ଆମେ ଡରିବାନି, ଭାଙ୍ଗିବାନି, ସାହସର ସହ କରୋନା ବିରୋଧରେ ଲଢ଼ିବା । ବାହାର ରାଜ୍ୟରୁ ଆସିବାକୁ ରାଜ୍ୟ ସରକାର ୧୨ଟି ଚେକ ପଏଣ୍ଟ କରିଛନ୍ତି । ଏପର୍ଯ୍ୟନ୍ତ ଏହି ଚେକପଏଣ୍ଟ ଦେଇ ୧୨୪୯ଟି ବସ୍ ପାସ୍ କରିଛି । ଏଯାଏଁ ବାହାର ରାଜ୍ୟରୁ ୧ଲକ୍ଷ ୧୫ହଜାର ୩୯୦ ପ୍ରବାସୀ ଫେରିଛନ୍ତି ।

ଚାଲିଚାଲି ଯାଉଥିବା ଶ୍ରମିକଙ୍କ ପାଇଁ ଭଲ ଖବର । ଓଡ଼ିଶାରେ ଆଉ କେହି ଚାଲି ଚାଲି ଯିବେନି । ଚାଲି ଚାଲି ଯାଉଥିଲେ ସେମାନଙ୍କ ପାଇଁ ବ୍ୟବସ୍ଥା ହେବ ବୋଲି ଡିଜିପି କହିଛନ୍ତି ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ହଜାର ୯୭୦ଥିବା ବେଳେ ମୃତ୍ୟୁ ସଂଖ୍ୟା ୨ହଜାର ୬୪୯କୁ ବୃଦ୍ଧି ପାଇଛି । ୨୭ହଜାର ୯୧୯ ଜଣ ସୁସ୍ଥ ହୋଇଥିବା ବେଳେ ୫୧ହଜାର ୪୦୧ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬୬ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ କରୋନାରେ ୫୦୩ ଆକ୍ଟିଭ କେସ୍ ରହିଛି ।

Get real time updates directly on you device, subscribe now.