fbpx

ପାଠ ପଢୁଥିବା ବେଳେ ଚାଲିଗଲା ଜୀବନ, ୮ମ ଶ୍ରେଣୀ ଛାତ୍ରୀଙ୍କୁ ହାର୍ଟ ଆଟାକ

ଗୁଜୁୁରାଟ : ଗୁଜୁରାଟ ସୁରଟରୁ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଗୋଡାଦରାରେ ଏକ ଘରୋଇ ସ୍କୁଲର ୮ମ ଶ୍ରେଣୀ ଛାତ୍ରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଛାତ୍ରୀଙ୍କ ବୟଷ ୧୨ ବର୍ଷ । ଶ୍ରେଣୀଗୃହରେ ପାଠ ପଢା ଚାଲିଥିବା ବେଳେ ଛାତ୍ରୀଙ୍କର ହୃଦଘାତ ହୋଇଥିଲା ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଚିକିତ୍ସା ମିଳିବା ପୂର୍ବରୁ ଛାତ୍ରୀ ଜଣଙ୍କ ଆଖି ବୁଜି ଦେଇଥିଲେ । କିପରି ଛାତ୍ରୀଙ୍କୁ ହୃଦ ଘାତ ଆସିଥିଲା ତାହାର ଭିଡିଓ ଶ୍ରେଣୀଗ୍ରୃହରେ ଥିବା ସିସି ଟିଭିରେ ରେକର୍ଡ ହୋଇଛି । ଅନ୍ୟପଟେ ଛାତ୍ରୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ସ୍କୁଲରେ ମଧ୍ୟ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ସୁରଟର ଗୋଡାଦରା ଅଞ୍ଚଳର ଶାଢିବ୍ୟବସାୟୀ ମୁକେଶ ଭାଇ ମେୱାଡାଙ୍କ ଝିଅ ହେଉଛନ୍ତି ରିଦ୍ଧି, ବିଦ୍ୟାଳୟରେ ସେ ଅଷ୍ଟମ ଶ୍ରେଣୀରେ ପଢନ୍ତି । ବୁଧବାର ଦିନ କ୍ଲାସ ଚାଲିଥିବା ବେଳେ ହଠାତ ସେ ବେହୋସ ହୋଇଥିଲେ । ଏହି ଦୃଶ୍ୟ ଦେଖିବା ପରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଭୟଭିତ ହୋଇଥିଲେ । ଏହା ପରେ ରିଦ୍ଧିଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିଲା । ତେବେ ଗତ କାଲି ମଧ୍ୟ ଗରବା ଖେଳିବା ବେଳେ ୧୯ ବର୍ଷର ଜଣେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.