fbpx

ଗୋଟିଏ କି ଦୁଇଟି ନୁହେଁ ଏହି ଅଭିନେତା ଗୋଟିଏ ଫିଲ୍ମରେ କରିଥିଲେ ୪୫ ଚରିତ୍ର, ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ରହିଛି ନାମ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଅଭିନେତାଙ୍କ ବିଭିନ୍ନ କାରନାମା ବିଷୟରେ ତ ଆପଣମାନେ ଶୁଣିଥିବେ । କେହି ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି ତ ଆଉ କେହି ସବୁଠାରୁ ବଡ ଷ୍ଟାର ପାଲଟି ଯାଇଛି । କିନ୍ତୁ ଆପଣ ଏପରି ଜଣେ ଦକ୍ଷିଣ ଭାରତୀୟ ଅଭିନେତାଙ୍କୁ ଜାଣିଛନ୍ତି କି ଯିଏ ଗୋଟିଏ ଫିଲ୍ମରେ ୪୫ ଗୋଟି ଚରିତ୍ର ନିଭାଇଛନ୍ତି । ୧୯୭୪ରେ ଯେତେବେଳେ ‘ନୟା ଦିନ ନୟା ରାତ’ ଫିଲ୍ମ ଆସିଥିଲା ଓ ଲୋକମାନେ ଜାଣିପାରିଥିଲେ କି ଏହି ଫିଲ୍ମରେ ସଞ୍ଜୀବ କୁମାର ୯ଗୋଟି ଅଲଗା ଅଲଗା ଚରିତ୍ର ନିଭାଇଛନ୍ତି ସେତେବେଳେ ଚାରିଆଡେ ଚହଳ ସୃଷ୍ଟି ହୋଇଯାଇଥିଲା । କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ସଞ୍ଜୀବ କୁମାରଙ୍କ ଚର୍ଚ୍ଚା ହେବାରେ ଲାଗିଲା । କିନ୍ତୁ ଆଜିକୁ ପ୍ରାୟ ୫ ବର୍ଷ ପୂର୍ବେ ଜଣେ ଦକ୍ଷିଣ ଭାରତୀୟ ଅଭିନେତା ଗୋଟିଏ ଫିଲ୍ମରେ ୪୫ ଅଲଗା ଅଲଗା ଚରିତ୍ରରେ ଅଭିନୟ କରି ସମସ୍ତଙ୍କୁ ବିସ୍ମିତ କରି ଦେଇଥିଲେ ।

ଏହି ଅଭିନେତାଙ୍କ ନାମ ଜନସନ୍ ଜର୍ଜ । ଏହି ଅଭିନେତା ମାଲାୟଲି ଫିଲ୍ମ ‘ଅରନୁ ନାଜନ’ ରେ ୪୫ ଗୋଟି ଚରିତ୍ରରେ ଅଭିନୟ କରି ରେକର୍ଡ ସୃଷ୍ଟି କରିଥିଲେ । ଏହି ଫିଲ୍ମ କାରଣରୁ ତାଙ୍କ ନାମ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନୀତ ହୋଇଥିଲା । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅଭିନେତାଙ୍କ ବିଷୟରେ ଲେଖାଯାଇଛି, ଗୋଟିଏ ଫିଲ୍ମରେ ଜଣେ ହିଁ ଅଭିନେତା ସବୁଠାରୁ ଅଧିକ ୪୫ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ରେକର୍ଡ କେରଳର ଜନସନ୍ ଜର୍ଜଙ୍କ ନାମରେ ରହିଅଛି । ଜନସନ୍ ଭାରତୀୟ ଫିଲ୍ମ ‘ଅରନୁ ନାଜନ’ରେ ଏକ ସଙ୍ଗେ ଯୀଶୁ, ଗାନ୍ଧୀ, ଲିୟୋନାର୍ଡୋ ଦା ଭିନ୍ସଙ୍କ ପରି ଅଲଗା ଅଲଗା ଚରିତ୍ରରେ ଅଭିନୟ କରିଥିଲେ ।

ଏଠାରେ ସୂଚାଇ ଦିଆଯାଇପାରେ ଜନସନ ଜର୍ଜଙ୍କ ପୂର୍ବରୁ ସଞ୍ଜୀବ କୁମାର ୧୯୭୪ ମସିହାରେ ରିଲିଜ୍ ହୋଇଥିବା ‘ନୟା ଦିନ ନୟା ରାତ’ ଫିଲ୍ମରେ ୯ଗୋଟି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏହି ଫିଲ୍ମ ୧୯୬୪ରେ ଆସିଥିବା ତାମିଲ ଫିଲ୍ମ ‘ନବରାତ୍ରୀ’ର ହିନ୍ଦୀ ରିମେକ୍ ଥିଲା । ଏହା ବ୍ୟତିତ ଗୋବିନ୍ଦା ୨୦୦୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ହଦ୍ କର ଦି ଆପନେ’ରେ ୬ ଗୋଟି ଭୂମିକା ନିଭାଇଥିଲେ । ସେହିପରି ୨୦୦୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦଶାବତାରମ୍‌’ରେ ୧୦ଗୋଟି ଭୂମିକା ନିଭାଇଥିଲେ ।

Get real time updates directly on you device, subscribe now.