Big News… ବିଧାନସଭା ନିର୍ବାଚନରେ BJP ପାଇଁ ଲଢିବେ କିଏ? ପ୍ରଥମ ଲିଷ୍ଟରେ ୪୧ ଆଶାୟୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ୫ଟି ରାଜ୍ୟରେ ନିର୍ବାଚନ ନେଇ ତାରିଖ ଘୋଷଣା କରିସାରିଛନ୍ତି ନିର୍ବାଚନ ଆୟୋଗ । ତେବେ ଏହି ତାରିଖ ଘୋଷଣା ହେବା ପରେ ବିଜେପି ନିଜର ଆଶାୟୀ ପ୍ରାର୍ଥିଙ୍କ ତାଲିକା ମଧ୍ୟ ଘୋଷଣା କରିଛି । ପ୍ରଥମ ଲିଷ୍ଟରେ ୪୧ ଜଣ ଆଶାୟୀଙ୍କ ନାମରେ ମୋହର ମାରିଛି ଭାରତୀୟ ଜନତା ପାର୍ଟି ।

ନିର୍ବାଚନ ଆୟୋଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୨୩ ତାରିଖରେ ରାଜସ୍ଥାନରେ ମତଦାନ ହେବା ସହ ଡିସେମ୍ବର ୩ ତାରିଖରେ ଭୋଟ ଗଣତି କରାଯିବ । ତେବେ ଏହି ନିର୍ବାଚନ ପାଇଁ ବିଜେପି ୪୧ ଜଣିଆ ଆଶାୟୀଙ୍କ ତାଲିକା ପ୍ରକାଶ କରିଛି । ପ୍ରଥମ ଲିଷ୍ଟରେ ଏହି ୪୧ ଜଣଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବିଜେପିର ଏହି ତାଲିକାରେ ସ୍ଥାନ ପାଇଛନ୍ତି ରାଜବର୍ଦ୍ଧନ ସିଂହ ରାଠୋର ଏବଂ ଦୀୟା କୁମାରୀ ଭଳି ତୁଙ୍ଗ ନେତା । ଏମାନଙ୍କ ସହିତ ୭ ଜଣ ସାଂସଦଙ୍କୁ ବିଜେପି ନିର୍ବାଚନରେ ଟିକେଟ ଦେଇଛି । ଏହାବ୍ୟତୀତ ଅନେକ ବଡ଼ ବଡ଼ ନେତାଙ୍କ ଆଶା ଭାଙ୍ଗି ଦେଇଛି ବିଜେପି । ଜୟପୁରର ବିଦ୍ୟାଧର ନଗରରୁ ପୂର୍ବ ଉପରାଷ୍ଟ୍ରପତି ଭେରବ ସିଂହ ଶେଖାୱତଙ୍କ ଜ୍ୱାଇଁ ତଥା ବର୍ତ୍ତମାନ ବିଧାୟକ ନରପତ ସିଂହ ରାଜୱୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ତେବେ ବିଜେପିର ଏଭଳି କିଛି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।