fbpx

କାଳିଆ ଦର୍ଶନ ହେଲା ଶେଷ ଦର୍ଶନ: ଶ୍ରୀମନ୍ଦିର ପରିସରରେ ଟଳି ପଡ଼ିଲେ ଭକ୍ତ

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିରରେ ଦର୍ଶନ ବେଳେ ଚାଲିଗଲା ଭକ୍ତଙ୍କ ଜୀବନ । ମୃତ ଭକ୍ତ ଉତ୍ତରପ୍ରଦେଶ ଝାଂସିର ରାୟନ ପ୍ରସାଦ ସେନ। ମନ୍ଦିର ପରିସରରେ ବୁଲୁଥିବାବେଳେ ହଟାତ୍ ଅଚେତ ହୋଇ ଟଳି ପଡ଼ିଥିଲେ ଭକ୍ତ । ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ରାୟନ ପ୍ରସାଦ ସେନ୍‌ ଆଜି କାଳିଆ ଠାକୁରଙ୍କ ଦର୍ଶନ ପାଇଁ ନିଜ ପରିବାର ଲୋକଙ୍କ ସହିତ ଶ୍ରୀମନ୍ଦିରକୁ ଯାଇଥିଲେ। ସେ ବାହାର କାଠ ନିକଟରେ ଛିଡ଼ା ହୋଇଥିଲେ। ଏହି ସମୟରେ ସେ ଅସୁସ୍ଥ ହୋଇ ଅଚେତ ହୋଇଥିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର ଲୋକେ ଶ୍ରୀମନ୍ଦିର ବାହାରକୁ ଆଣିଥିଲେ। ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦ୍‌ଘାତରେ ଶ୍ରୀ ପ୍ରସାଦଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର ।

Get real time updates directly on you device, subscribe now.