fbpx

ଇସ୍ରାଏଲ ଯୁଦ୍ଧର କଭରେଜ କରୁଥିବା ବେଳେ ସାମ୍ବାଦିକଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ , ମିସାଇଲ ଆଟାକରେ ୬ ସାଥି ଗୁରୁତର

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ହାମାସକୁ ହଟାଇବା ପାଇଁ ଇସ୍ରାଏଲ୍ ଲଗାତାର ଭାବରେ ଗାଜା ପଟ୍ଟୀ ଏବଂ ଲେବାନନ୍ ଉପରେ ଆକ୍ରମଣ କରୁଛି। ଏହି ସମୟରେ ଯୁଦ୍ଧକୁ କଭରେଜ କରୁଥିବା ଜଣେ ସାମ୍ବାଦିକଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ଘଟଣା ସ୍ଥଳରେ ଥିବା ଜଣେ ରଏଟର୍ସ ଭିଡିଓ ସାମ୍ୱାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲ୍‌ ଆଡୁ ଆସିଥିବା ଗୋଟାଏ ‌କ୍ଷେପଣାସ୍ତ୍ର ପଡ଼ିବାରୁ ‘ରଏଟର୍ସ’ର ଜଣେ ଭିଡିଓ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ସାମ୍ବାଦିକ ଆହତ ହୋଇଛନ୍ତି ବୋଲି ଘଟଣାସ୍ଥଳରେ ଥିବା ‘ରଏଟର୍ସ’ର ଜଣେ ଭିଡିଓଗ୍ରାଫର୍‌ କହିଛନ୍ତି । ସୂଚନାନୁଯାୟୀ ଅଲ୍ ଜଜିରା ଏବଂ ଏଜେନ୍ସି ଫ୍ରାନ୍ସ-ପ୍ରେସ ସମେତ ସାମ୍ବାଦିକଙ୍କ ଗୋଷ୍ଠୀ ଇସ୍ରାଏଲ ସୀମା ନିକଟ ଆଲମା ଅଲ-ଶାବ ନିକଟରେ କାମ କରୁଥିଲେ। ଏହି ସ୍ଥାନରେ ଇସ୍ରାଏଲ ସେନା ଏବଂ ଲେବାନନ୍ ମିଲିସିଆ ହିଜବୁଲ୍ହା ମଧ୍ୟରେ ସଙ୍ଘର୍ଷ ଚାଲିଥିଲା । ହଠାତ୍ ରକେଟ୍ ମାଡରେ ସାମ୍ୱାଦିକଙ୍କ ମୃତ୍ୟୁ ଘଟିଛି ।

ରଏଟର୍ସ ଏକ ବିବୃତ୍ତିରେ କହିଛି ଯେ, ଲାଇଭ ଭିଡିଓ ସିଗନାଲ ଯୋଗାଉଥିବା ବେଳେ ସାମ୍ବାଦିକ ଇସାମ ଅବଦାଲ୍ଲାଙ୍କ ମୃତ୍ୟୁ ଘଟିଛି । ଏକ ପାହାଡ ଉପରେ କ୍ୟାମେରା ପଡିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଆମ କ୍ୟାମେରା ଥରି ଉଠିଥିଲା, ହଠାତ୍ ପରିବେଶ ଧୂଆଁମୟ ହୋଇଯାଇ ଥିବାବେଳେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା ।

ଆମ ଭିଡିଓଗ୍ରାଫର ଇସାମ ଅବଦୁଲ୍ହାଙ୍କ ମୃତ୍ୟୁ ଖବର ଶୁଣି ଆମେ ଦୁଃଖରେ ମ୍ରିୟମାଣ ହୋଇପଡିଛୁ । ଇସାମର ପରିବାର ସହ ଆମେ ଅଛୁ ବୋଲି ରଏଟର୍ସ କହିଛି । ସେହିପରି ରଏଟର୍ସର ଅନ୍ୟ ଦୁଇ ଜଣ ସାମ୍ୱାଦିକ ମଧ୍ୟ ଯୁଦ୍ଧରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେବା ପରେ ଘରକୁ ଫେରିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ରଏଟର୍ସ କହିଛି ଯେ ଆମର ଭିଡିଓଗ୍ରାଫର ଇସାମ ଅବଦୁଲ୍ଲାଙ୍କୁ ହତ୍ୟା କରାଯାଇଛି ବୋଲି ଜାଣିବା ପରେ ଆମେ ଅତ୍ୟନ୍ତ ଦୁଃଖିତ । ଆମେ ତତ୍କାଳ ଭାବରେ ଅଧିକ ସୂଚନା ଖୋଜୁଛୁ ।

Get real time updates directly on you device, subscribe now.