ଓଡିଶା ଭାସ୍କର : ୩୬ ବର୍ଷର ଅଭିନେତ୍ରୀ ହେନା ଖାନ ଡିପ୍ରେସନ ଆଡକୁ ଗତି କରୁଛନ୍ତି । ଏହାର କାରଣ କ’ଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ତାଙ୍କ କହିବା ଅନୁସାରେ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ । ଅଭିନେତ୍ରୀ ଏହି ଯୁଦ୍ଧ ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ହେନାଙ୍କ କହିବା କଥା ଏହି ଯୁଦ୍ଧ ତାଙ୍କୁ ବ୍ୟକ୍ତିଗତ ଭାବରେ ଆଘାତ ଦେଇଛି । ମତେ କିଛି ସମୟର ବ୍ରେକ ଦରକାର, ଯାହା ଫଳରେ ମୁଁ ନିଜକୁ ସ୍ଥିର କରିପାରିବି । ତେବେ ଯେପରି ଆପଣ ଜାଣିଥିବେ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ଆଟାକ କରିଥିଲା ।
ଏହି ଯୁଦ୍ଧରେ ୩୨୦୦ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ମହିଳା ଏବଂ ଶିଶୁ ଏଥିରେ ଅଧିକ ମାତ୍ରାରେ ମୃତ୍ୟୁ ବରଣ କରିଛନ୍ତି । ହେନା ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି ଇସ୍ରାଏଲକୁ ନେଇ ସୋସିଆଲ ମିଡିଆରେ ଯେଉଁ ପରିମାଣର କଣ୍ଟେନଟ ଆସୁଛି ତାହା ଲୋକମାନଙ୍କୁ ଡିଷ୍ଟରବ କରୁଛି । ସେ କହିଛନ୍ତି “ଏହା ମତେ ଏତେ ପରିମାଣରେ ପ୍ରଭାବିତ କରୁଛି ଯାହାଫଳରେ ମୁଁ ଡିପ୍ରେସନକୁ ଗତି କରୁଛି । ବହୁତ କଷ୍ଟ ହେଉଛି । ମାନବିକତା ଶେଷ ହେବାରେ ଲାଗିଛି ।” ଏହି ସବୁ ଘଟଣା ଦେଖିବା ପରେ ଅଭିନେତ୍ରୀ ମର୍ମାହତ ହୋଇଛନ୍ତି । ଏବଂ କହିଛନ୍ତି ତାଙ୍କୁ ବ୍ରେକ ଦରକାର ଏହା ଛଡା ସମସ୍ତଙ୍କୁ ପ୍ରଥନା କରିବା ଆବଶ୍ୟକ । ତେବେ ସୂଚନା ଅନୁସାରେ ଏପରି କୌଣସି ସ୍ଥାନ ନାହିଁ ଇସ୍ରାଏଲରେ ଯେଉଁଠାରେ ଶିଶୁ ଓ ମହିଳା ସୁରକ୍ଷିତ ହୋଇ ରହି ପାରିବେ । ଅନେକଙ୍କ ପାଖରେ ଖାଇବା, ପାଣି, ଔଷଧ ନାହିଁ, ସେମାନଙ୍କର ବଞ୍ଚିବା ମୁସକିଲ ।