fbpx

Big Breaking: ଟ୍ରେନରୁ ଡେଇଁ ମାଆ ମୃତ, ଅଳ୍ପକେ ବର୍ତ୍ତିଗଲେ ୨ ପିଲା

ଟିଟିଲାଗଡ଼: ଟ୍ରେନରୁ ଡେଇଁ ଜଣେ ମାଆଙ୍କର ମୃତ ହୋଇଥିବା କଥା ସାମ୍ନାକୁ ଆସିଛି । ଏଥିରେ ୨ଜଣ ପିଲାଙ୍କର ଜୀବନ ଅଳ୍ପକେ ବର୍ତ୍ତିଥିବା ଜଣାପଡିଛି । ଏହି ଘଟଣାଟି ଟିଟିଲାଗଡ଼ ବଡ଼ମାଳ ଷ୍ଟେସନ ନିକଟରେ ଘଟିଛି । ମୃତ ମହିଳା ଜଣଙ୍କ ଦେଓଗାଁ ଜୋରାସିଂହାର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବଡ଼ମାଳ ଷ୍ଟେସନ ନିକଟରେ ସେହି ମହିଳା ଜଣକ ହଠାତ୍ ଡେଇଁପଡିବାରୁ ଏଭଳି ଅଘଟଣ ଘଟିଛି । ବଲାଙ୍ଗିର ଷ୍ଟେସନରେ ପାସେଞ୍ଜର ଟ୍ରେନକୁ ଅପେକ୍ଷା କରିଥିଲେ ଏହି ମହିଳା । ତେବେ ସେହି ସମୟରେ ସେ ଭୁଲ୍ ଏକ୍ସପ୍ରେସ ଟ୍ରେନରେ ୨ ପିଲାଙ୍କୁ ଧରି ଚଢି ଯାଇଥିଲେ । ଟ୍ରେନରେ ଚଢିବା ପରେ ସେ ଜାଣିବାକୁ ପାଇଲେ ଯେ, ସେ ଭୁଲ ଟ୍ରେନରେ ପଳାଇ ଆସିଛନ୍ତି । କଣ କରିବେ କିଛି ନ ଜାଣିପାରି ବଡ଼ମାଳ ଷ୍ଟେସନରେ ଟ୍ରେନ ସ୍ଲୋ ହେବାରୁ ପିଲାଙ୍କୁ ଧରି ସେ ଡେଇଁ ପଡିଥିଲେ । ଅଳ୍ପକେ ସେହି ପିଲା ଦୁହିଁଙ୍କର ଜୀବନ ବଞ୍ଚିଯାଇଛି ।

Get real time updates directly on you device, subscribe now.