ବନ୍ଦେ ଭାରତର କମାଲ, ୨୦-୩୦ % କମ ହେଲା ଫ୍ଲାଇଟ ଟିକେଟ

ନୂଆଦିଲ୍ଲୀ : ସେମିହାଇସ୍ପିଡ ଟ୍ରେନ ଭାରତ ଏକ୍ସପ୍ରେସ ଲଞ୍ଚ ହେବା ପରେ ଏହାର ପ୍ରଭାବ ସିଧା ଫ୍ଲାଇଟ ଉପରେ ପଡିଛି । ତେବେ ସୂଚନା ଅନୁସାରେ ଏହି ଟ୍ରେନ ଆସିବା ପରେ ଫ୍ଲାଇଟରେ ଟିକେଟ ସଂଖ୍ୟା କମ ହେବାରେ ଲାଗିଛି । ତେବେ ମଧ୍ୟ ରେଲୱେ ତରଫରୁ ଏହା ଜଣା ପଡିଛି । ତେବେ ମଧ୍ୟ ରେଲୱେ ଏକ ସର୍ଭେ କରିଥିଲା ଏହି ସର୍ଭେରୁ ଜଣା ପଡିଛି । ସିଆରର ଡାଟା ଅନୁସାରେ ମୁମ୍ବାଇରୁ ଆରମ୍ଭ ହେଉଥିବା ବନ୍ଦେଭାରତରେ ସବୁଠାରୁ ଅଧିକ ଯାତ୍ରୀ ୩୧ରୁ ୪୫ ବର୍ଷ ବୟସର ବ୍ୟକ୍ତି ଯାତ୍ରା କରୁଛନ୍ତି । ଏହା ପରେ ୧୫ରୁ ୩୦ ବର୍ଷର ଯାତ୍ରୀ ମଧ୍ୟ ରହିଛନ୍ତି । ତେବେ ରେଲୱେ କହିବା ଅନୁସାରେ ସିଆର ୪ ଟି ମାର୍ଗରେ ଚାଲୁଛି । ତେବେ ଏହି ରିସର୍ଚ୍ଚ ୧୫ ସେପ୍ଟେମ୍ବରରୁ ୧୩ ଅକ୍ଟୋବର ମଧ୍ୟରେ କରାଯାଇଥିଲା । ଏଥିରେ ୮୫ ହଜାର ୬୦୦ ପୁରୁଷ,୨୬ ଟ୍ରାନ୍ସଜେଣ୍ଡର,୫୭ ହଜାର ୮୩୮ ମହିଳା ଯାତ୍ରୀ ସାମିଲ ଥିଲେ ।

ମଧ୍ୟରେଲୱେ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବରାଜ ମାନସପୁରୀ କହିଛନ୍ତ, ବନ୍ଦେ ଭାରତ ଟ୍ରେନ ଲଚିଙ୍ଗ ପରେ ଏୟାର ଟ୍ରାଫିକ ୧୦-୨୦ ପ୍ରତିଶତ କମ ହୋଇଛି । ରେଲୱେ ଲଗାତାର ବନ୍ଦେ ଭାରତ ଯାତ୍ରୀଙ୍କ ସଂଖ୍ୟା ବଢାଇବା ପାଇଁ ଚେଷ୍ଟା କରୁଛି । ତେବେ ଦେଶର ୩୪ ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି । ବନ୍ଦେଭାରତ ଟ୍ରେନରେ ଚ୍ୟାୟାର ସୁବିଧା ପାଉଥିବା ଲୋକମାନେ ଏବେ ଖୁବଶିଘ୍ର ସ୍ଲିପର ବ୍ୟବସ୍ତା ମଧ୍ୟ ପାଇପାରିବେ । ତେବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ କରି ଏହା ସୂଚନା ଦେଇଛନ୍ତି ୨୦୧୪ଶୁଦ୍ଧା ଏହିସ୍ଲିପର ବ୍ୟବସ୍ଥା ବନ୍ଦେ ଭାରତରେ କରାଯିବ ।