fbpx

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା!

ନୂଆଦିଲ୍ଲୀ, ୧୯ା୫: ବାତ୍ୟା ନେଇ ଆଇଏମଡ଼ି ଡିଜି ଓ ଏନଡ଼ିଆରଏଫ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଆଇଏମଡ଼ି ଡିଜି କହିଛନ୍ତି ଯେ ୧୯୯୯ ପରେ ଏହା ସବୁଠୁ ବଡ଼ ଇନଟେନ୍ସ ସାଇକ୍ଲୋନ । ଏବେ ଏହା ପ୍ରାୟ ୧୫କିମି ବେଗରେ ଗତି କରୁଛି । ଆସନ୍ତାକାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ସୁନ୍ଦରବନ ନିକଟରେ ପାର କରିବ ଅମ୍ଫନ । ଲ୍ୟାଣ୍ଡଫଲ ବେଳେ ୧୫୦ରୁ ଅଧିକ ବେଗରେ ପବନ ବହିବାର ଆଶଙ୍କା ରହିଛି । ଲ୍ୟାଣ୍ଡଫଲ ବେଳେ୧୫୦ରୁ ପବନର ବେଗ ବଢ଼ି ୧୮୫ କିମି ପର୍ଯ୍ୟନ୍ତ ବେଗ ବହିପାରେ ବୋଲି ସୂଚନା ମିଳିଛି । ପବନର ବେଗ ତୀବ୍ର ବେଗ ଯୋଗୁଁ କ୍ଷୟକ୍ଷତିର ଆଶଙ୍କା ରହିଛି । ପଶ୍ଚିମବଙ୍ଗର ଚବିଶ ପ୍ରଗଣାରେ ଅଧିକ ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ଓଡ଼ିଶାରେ ଉପକୂଳ ଜିଲ୍ଲାରେ ୫୦ରୁ ୫୫କିମି ବେଗରେ ପବନ ବହିପାରେ । ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଯୋଗୁଁ କ୍ଷୟକ୍ଷତିର ଆଶଙ୍କା ରହିଛି ବୋଲି ଆଇଏମଡ଼ି ଡ଼ିଜି କହିଛନ୍ତି ।

ସେହିପରି ଅମ୍ଫନର ଗତି ଉପରେ ବିଧିବଦ୍ଧ ନଜର ରଖାଯାଇଛି ବୋଲି ଏନଡ଼ିଆରଏଫ ଟିମ କହିଛି । ଫନିରୁ ମିଳିଥବା ଶିକ୍ଷାକୁ କାର୍ଯ୍ୟରେ ଲଗାଯାଉଛି । ଓଡ଼ିଶାରେ ୭ଟି ଜିଲ୍ଲାରେ ଏନଡିଆରଏଫ ଟିମ୍ ମୁତୟନ ଅଛନ୍ତି । ଓଡ଼ିଶାରେ ୧୫ଟି ଟିମ୍ ମୁତୟନ ଅଛନ୍ତି ଓ ୫ଟି ଟିମ୍ ରିଜର୍ଭ ଅଛନ୍ତି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କାମ ଜାରି ରହିଛି ।

Get real time updates directly on you device, subscribe now.