fbpx
BSKY
BJD YOUTH SKY
BJD MS SKY

ପୁରୁଷମାନେ ସାବଧାନ! ପରିସ୍ରାର ରଙ୍ଗ ବଦଳିବା ବା ଯନ୍ତ୍ରଣା ହୋଇପାରେ HIVର ଲକ୍ଷଣ, ଅଣଦେଖା କରିବା ପଡିବ ମହଙ୍ଗା

ଏଚ୍.ଆଇ.ଭି ଅର୍ଥାତ୍ ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ ଚିକିତ୍ସା କରାନଗଲେ ଏହା ଶରୀରରେ ସଂକ୍ରମଣ ବଢ଼ାଇି ଏଡସକୁ ଜନ୍ମ ଦେଇଥାଏ । ବର୍ତ୍ତମାନ ଏଡସର ଚିକିତ୍ସା ସମ୍ଭବ ନୁହେଁ, କିନ୍ତୁ ଏଚ୍.ଆଇ.ଭି ଚିହ୍ନଟ ହେବା ମାତ୍ରେ ମେଡିସିନ୍ ଏବଂ ସୁସ୍ଥ ଜୀବନଶୈଳୀ ଗ୍ରହଣ କରି ଏଡସ୍ ଷ୍ଟେଜ୍ ପର୍ଯ୍ୟନ୍ତ ପହଞ୍ଚିବାରୁ ଆପଣ ରକ୍ଷାପାଇପାରିବେ । ଏଡସକୁ ଏଡାଇବା ପାଇଁ ଏଚଆଇଭିର ଲକ୍ଷଣ ବୁଝିବା ଅତ୍ୟନ୍ତ ଜରୁରୀ । କିନ୍ତୁ କିଛି ଲକ୍ଷଣ ଅଛି ଯାହା କେବଳ ପୁରୁଷମାନଙ୍କଠାରେ ଏଚଆଇଭି ହେଲେ ଦେଖାଦେଇଥାଏ, ଯାହାକୁ ଭୁଲରେ ବି ଅଣଦେଖା କରିବା ଉଚିତ୍ ନୁହେଁ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ପୁରୁଷମାନଙ୍କୁ କେଉଁ ଲକ୍ଷଣ ଅଣଦେଖା କରିବା ଉଚିତ୍ ନୁହେଁ…

ପରିସ୍ରା ରଙ୍ଗରେ ପରିବର୍ତ୍ତନ :-
ଯଦି କୌଣସି ପୁରୁଷଙ୍କୁ ଏଚ୍.ଆଇ.ଭି ହୁଏ, ତେବେ ପରିସ୍ରା ଯିବା ସମୟରେ ଯନ୍ତ୍ରଣା ହୋଇପାରେ । ଏହା ବ୍ୟତୀତ ଆପଣଙ୍କୁ ବାରମ୍ବାର ଶୌଚାଳୟ ବ୍ୟବହାର କରିବାକୁ ପଡିପାରେ । ଏହି ସମୟରେ ପରିସ୍ରା ସହିତ ରକ୍ତ ବାହାରିପାରେ । ବ୍ଲେଡର କିମ୍ବା ରେକ୍ଟମ୍ ଅଞ୍ଚଳରେ ଯନ୍ତ୍ରଣା ହୋଇପାରେ । ସେହି ସମୟରେ ତଳ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

ପୁରୁଷମାନଙ୍କଠାରେ ଏଚ୍.ଆଇ.ଭି. ର ପ୍ରାରମ୍ଭିକ ଲକ୍ଷଣ:-
ଟେଷ୍ଟିକଲ୍ସରେ ଯନ୍ତ୍ରଣା ଅନୁଭବ କରିବା, ରକ୍ଟମ୍ ଏବଂ ଅଣ୍ଡାକୋଷରେ ଯନ୍ତ୍ରଣା, ପ୍ରୋଷ୍ଟେଟ୍ ଗ୍ରନ୍ଥି ଫୁଲିବା, ପୁରୁଷମାନଙ୍କ ମଧ୍ୟରେ ଇନଫର୍ଟିଲିଟିର ସମସ୍ୟା, ହାଇପୋଗୋନାଡିଜିମର ଲକ୍ଷଣ, ଇରେକ୍ଟାଇଲ୍ ଡିସଫଙ୍କସନ ।

ଜ୍ୱର ମଧ୍ୟ ଏଚ୍.ଆଇ.ଭି. ର ଲକ୍ଷଣ ହୋଇପାରେ :-
ଆପଣଙ୍କୁ ଜ୍ୱରକୁ ଏଚ୍.ଆଇ.ଭି.ର ପ୍ରଥମ ଲକ୍ଷଣ ଭାବରେ ବିବେଚନା କରାଯାଇପାରେ । କାରଣ ଏଚ.ଆଇ.ଭି ଭାଇରସ୍ ଆପଣଙ୍କ ଶରୀରରେ ପ୍ରବେଶ କରିବା ମାତ୍ରେ ଏହା ରକ୍ତ ମାଧ୍ୟମରେ ବଢ଼ିବାକୁ ଲାଗେ, ଯେଉଁ କାରଣରୁ ଇମ୍ୟୁନିଟି ପ୍ରଭାବିତ ହେବା ସହ ଜ୍ୱର ଆସେ । ଏହା ସହ ଜ୍ୱର ହେବା ମାତ୍ରେ ଝାଳ ବୋହିବା, ଥଣ୍ଡା ଅନୁଭବ ହେବା, ଥକା ଲାଗିବା ଓ ଗଳାରେ ଯନ୍ତ୍ରଣା ହେବା ଆଦି ଲକ୍ଷଣ ନଜର ଆସିପାରେ ।

ଏହା ଛଡ଼ା ବାରମ୍ବାର ପିଲାମାନଙ୍କ ଉପରେ ଶାରିରିକ ଅତ୍ୟାଚାର ଦ୍ୱାରା ସେମାନେ ଏହା ବିରୋଧରେ କଥା କହିବାକୁ ଲାଗିଥାନ୍ତି । ଆର୍ଥାତ୍ ସେମାନେ ନିିଜର ପିତାମାତାଙ୍କ କଥାକୁ ମଧ୍ୟ ଶୁଣି ନଥାନ୍ତି । ଅଭିଭାବକଙ୍କ ପ୍ରତ୍ୟେକ କଥାରେ ସିଏ ରାଗ ଜରଜର ହୋଇଥାନ୍ତି । ଶେଷେରେ ଆଭିଭାବକଙ୍କ ବିରୋଧରେ ପଦକ୍ଷେପ ନେବାକୁ ମଧ୍ୟ ପଛାଇ ନଥାନ୍ତି ।

Get real time updates directly on you device, subscribe now.