ଓଡିଶା ଭାସ୍କର: ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଇଥାଏ । ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରେ ଯେ ଏଚ୍ଆଇଭି ଦ୍ୱାରା ହେଉଥିବା ଏହି ରୋଗକୁ ସଫଳତାର ସହ ନିୟନ୍ତ୍ରଣ କରିଯାଇପାରିବ କି? ପ୍ରତିବର୍ଷ ଡିସେମ୍ବର ୧ ରେ ଏ ନେଇ ସଚେତନତା ସୃଷ୍ଟି କରିବା ଏବଂ ପୀଡିତ ଲୋକଙ୍କୁ ସହାୟତା କରିବା ପାଇଁ ଆଜିର ଦିନକୁ ପାଳନ କରାଯାଏ । ତେବେ ଚଳିତ ବର୍ଷ ମିଳିତ ଜାତିସଂଘରେ ଏନେଇ ଏକ ଥିମ୍ ମଧ୍ୟ ଜାରି କରିଛି । ତେବେ ଏହି ଥିମ ରହିଛି ‘ଲେଟ କମ୍ୟୁନିଟିସ ଲିଡ଼’ ।
ବିଶ୍ୱ ଏଡସ୍ ଦିବସର ଉଦ୍ଦେଶ୍ୟ ହେଉଛି ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା । ଏହା ସହିତ ପୀଡିତଙ୍କୁ ସହାୟତା କରି ସେମାନଙ୍କ ମନରେ ଏହି ବିଶ୍ୱାସ ଆଣିବା ଯେ ଏହାକୁ ସଫଳତାର ସହ ଦୂର କରିପାରିବ। ତେବେ ଏହି ରୋଗ ବିଷୟରେ ଲୋକମାନଙ୍କର ମାନସିକତା ବେଶ ସଂକୀର୍ଣ୍ଣ ରହିଆସିଛି । ତେଣୁ ଚଳିତ ବର୍ଷ ଏଡସ୍ ଉପରେ ବିସ୍ତୃତ ତଥା ସମନ୍ୱିତ ବିଶ୍ୱସ୍ତରୀୟ କାର୍ୟ୍ୟାନୁଷ୍ଠାନ ପାଇଁ କାର୍ଯ୍ୟ କରୁଥିବା ମିଳିତ ଜାତିସଂଘ ‘ଲେଟ କମ୍ୟୁନିଟିସ ଲିଡ଼’ ନାମକ ଏକ ଥିମ୍ ମଧ୍ୟ ପ୍ରସ୍ତୁତ କରିଛି। ଏକ ସ୍ୱତନ୍ତ୍ର ୱେବପେଜରେ ମିଳିତ ଜାତିସଂଘ ଚଳିତ ବର୍ଷର ଥିମ୍ ବାଛିବା ପଛର କାରଣ ମଧ୍ୟ ଉଲ୍ଲେଖ କରିଛି।
ଏଡସ ପୀଡ଼ିତ ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ଏକ ତିନି-ପଏଣ୍ଟ୍ ସମାଧାନ ପାଇଁ ପରାମର୍ଶ ଦେଇଛି ଜାତିସଂଘ । ସମ୍ପ୍ରଦାୟକୁ ଏକ ନେତୃତ୍ୱ ନେବାର ଭୂମିକା ପ୍ରଦାନ କରିବା ସହିତ ସେମାନଙ୍କୁ ଉପଯୁକ୍ତ ପାଣ୍ଠି ଯୋଗାଇବା ପାଇଁ ଏକ ନିୟାମକ ପ୍ରସ୍ତୁତ କରିଛି । ଏହା ସହିତ ଏଚ୍.ଆଇ.ଭି ସେବା ଯୋଗାଇବାରେ ସମ୍ପ୍ରଦାୟର ଭୂମିକାକୁ ସୁଗମ କରିବା ପାଇଁ ଏକ ନିୟାମକ ପରିବେଶ ପ୍ରସ୍ତୁତ କରିବା ନେଇ ଏହି ନିୟାମକରେ ଉଲ୍ଲେଖ କରାଯାଇଛି । ତେବେ ଜାତିସଂଘର ବାର୍ଷିକ ‘ଏଡସ୍ ଦିବସ’ ରିପୋର୍ଟ ପ୍ରକାଶ କରିଛି ଯେ ୨୦୩୦ ସୁଦ୍ଧା “ଏଡସ୍ ର ସମାପ୍ତି” ହେବାର ସମ୍ଭାବନା ରହିଥିବା କହିଛି ମିଳିତ ଜାତିସଂଘ ।