fbpx

ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ: ଓଡିଶା ହାଇକୋର୍ଟ

କଟକ, ୨୩ା୫(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ହାଇୋକର୍ଟଙ୍କ ରାୟ ଅନୁସାରେ ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ । ଏକ ମାମଲାରେ ଶୁଣାଣି ବେଳେ ଏହିପରି ରାୟ ଦେଇଛନ୍ତି ହାଇକୋର୍ଟ । କେନ୍ଦୁଝର ପଟାଙ୍ଗୀ ଥାନା ଅଞ୍ଚଳରଏକ ମାମଲାର ଶୁଣାଣି ବେଳେ ଏହିପରି ରାୟ ଶୁଣାଇଛନ୍ତି ହାଇକୋର୍ଟ ।
ଉଲ୍ଲେଖଯୋଗ୍ୟ ଯେ ଜଣେ ୧୯ବର୍ଷୀୟ ଝିଅ ଅଭିଯୋଗ କରିଥିଲେ ଯେ ଜଣେ ବ୍ୟକ୍ତି ତାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ପରେ ବିବାହ କରିନଥିଲେ । ହାଇକୋର୍ଟରେ ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ୍ ଏସକେ ପାଣିଗ୍ରାହୀ କହିଛନ୍ତି ଯେ ବିବାହ ପାଇଁ ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ । କାରଣ ଏହା ଆଇପିସି ଧାରା ୩୭୫ରେ ଏହିପରି ସଜ୍ଞା ପର୍ଯ୍ୟାୟଭୁକ୍ତ ନୁହେଁ ।

Get real time updates directly on you device, subscribe now.