fbpx

ରାଜ୍ୟରେ ଶୀତର ଲହରୀ, ୧୦ ଡିଗ୍ରୀ ତଳେ ରହିଛି ଅଧିକାଂଶ ସହରର ରାତିର ତାପମାତ୍ରା

ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଆଗାମୀ ୪ରୁ ୫ ଦିନ ଯାଏଁ ଏଭଳି ପାଗ ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ କିଛି ସ୍ଥାନରେ କୁହୁଡ଼ି ସମ୍ଭାବନା ରହିଛି ।
ପ୍ରବଳ ଶୀତ ଯୋଗୁଁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛି । ଅଧିକାଂଶ ସହରର ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ୮, କିରେଇରେ ୮.୨, ଜି ଉଦୟଗିରୀରେ ୮.୬, ରାଉରକେଲାରେ ୮.୮, ଅନୁଗୁଳରେ ୯, ରାଣୀତାଲରେ ୯.୪, ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ ୯.୫, କେନ୍ଦୁଝର ଓ କୋରାପୁଟରେ ୯.୬, ଝାରସୁଗୁଡ଼ାରେ ୯.୮, କଟକରେ ୧୩.୪ ଓ ଭୁବନେଶ୍ୱରରେ ୧୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ତେବେ ଫୁଲବାଣୀ ସବୁଠାରୁ ଥଣ୍ଡା ଜିଲ୍ଲା ଭାବେ ରେକର୍ଡ଼ କରିଛି ।

Get real time updates directly on you device, subscribe now.