fbpx

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆରଆଇ ଓ ପିଅନଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ବର: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ,ଭିଜିଲାନ୍ସ ଜାଲରେ ପଡିଛନ୍ତି ଲମତାପୁଟ ଆରଆଇ ଓ ପିଅନ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଲମତାପୁଟ ଆରଆଇ ବିଜୟ ବାଗ ଓ ପିଅନ ରୋହିତ ପାଢୀ ।

ଜମି ମାପଚୁପ ପାଇଁ ଜଣଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି । ଏହା ପରେ ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଲମତାପୁଟ ଓ ମାଛକୁଣ୍ଡରେ ଯାଞ୍ଚ କରୁଛନ୍ତି । ଲମତାପୁଟ ତହସିଲ କାର୍ଯ୍ୟାଳୟ ସମେତ ବାସଭବନରେ ଜୟପୁର ଭିଜିଲାନ୍ସର ଦୁଇଟି ଟିମ ତଦନ୍ତ ଜାରି ରଖିଥିବା ଜଣାପଡିଛି । ବିଜୟ ବାଗ ଓ ରୋହିତ ପାଢୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଜୟପୁର ଭିଜିଲାନ୍ସ।

Get real time updates directly on you device, subscribe now.