fbpx

ଫ୍ରାନ୍ସ ବିମାନବନ୍ଦରରୁ ଉଡ଼ାଣ ଭରିବେ ଅଟକ ଥିବା ଭାରତୀୟ ଯାତ୍ରୀ

ନୂଆଦିଲ୍ଲୀ: ନିକଟରେ ୩୦୦ରୁ ଉର୍ଦ୍ଧ୍ୱ ଭାରତୀୟ ଯାତ୍ରୀ ଥିବା ଏକ ବିମାନକୁ ଫ୍ରାନ୍ସ ସ୍ଥିତ ଏକ ବିମାନ ବନ୍ଦରରେୂ ମାନବ ଚାଲାଣ ଅଭିଯୋଗ ଆଧାରରେ ଅଟକ ରଖାଯାଇଥିଲା । ବର୍ତ୍ତମାନ ଅଟକ ରଖାଯାଇଥିବା ଭାରତୀୟଙ୍କୁ ଦେଶ ଛାଡ଼ିବା ନେଇ ଅନୁମତି ମିଳିଥିବା ଜଣାପଡ଼ିଛି । ଏହି ଅଭିଯୋଗ ସମ୍ପର୍କରେ କିଛି ପ୍ରମାଣ ନ ମିଳିବାରୁ ସେଠାକାର କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ସୂଚନାରୁ ପ୍ରକାଶ ଡିସେମ୍ବର ୨୧ ତାରିଖରେ ରୋମନିଆ କମ୍ପାନୀର ଲିଜେଣ୍ଡ ଏୟାରଲାଇନ୍ସର ଏ୩୪୦ ନାମକ ବିମାନଟି ୩୦୩ ଭାରତୀୟଙ୍କୁ ନେଇ ଦୁବାଇରୁ ନିକାରାଗୁଆ ଅଭିମୁଖେ ଯାତ୍ରା କରୁଥିଲା । ତେବେ ବିମାନଟି ଫ୍ରାନ୍ସର ଭାଟ୍ରି ନାମକ ଏକ ବିମାନବନ୍ଦରରେ ଇନ୍ଧନ ଭରିବା ପାଇଁ ଅଟକି ଥିଲା । ପରେ ବିମାନ ଯୋଗେ ମାନବ ଚାଲାଣ ହେବା ନେଇ ସନ୍ଦେହ କରାଯାଇ ବିମାନକୁ ଅଟକ ରଖି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଥିମଧ୍ୟରେ ଯାତ୍ରୀଙ୍କ ରହଣୀ ପାଇଁ ଅସ୍ଥାୟୀ ସୁବିଧା କରାଯାଇଥିଲା । ତେବେ ଘଟଣାର ଯାଞ୍ଚ ପ୍ରକ୍ରିୟା୍‌ୁ ତ୍ୱରାନ୍ୱିତ କରିବା ପାଇଁ ଫ୍ରାନ୍ସ ସରକାରଙ୍କ ତରଫରୁ ୪ ଜଣ ବିଚାରପତିଙ୍କ ସହିତ ୪ ଜଣ ସରକାରୀ ଓକିଲଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ପଚରାଉଚରା ସମୟରେ ଯାତ୍ରୀମାନଙ୍କୁ ଚାଲାଣ ହେଉଥିବା ନେଇ କୌଣସି ପ୍ରମାଣ ମିଳିନଥିଲା ।

Get real time updates directly on you device, subscribe now.