fbpx

କ୍ରୁଜରେ ଜମା ମନୁଷ୍ୟ ବର୍ଜ୍ୟର କ’ଣ ହୁଏ ? ସମୁଦ୍ର ଜଳକୁ ଏହା ଦୂଷିତ କରିଥାଏ କି ?

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନେ କ୍ରୁଜରେ ଯାତ୍ରା କରିଥିବେ । କ୍ରୁଜରେ ବଡ଼ ବଡ଼ ରେଷ୍ଟୁରାଣ୍ଟ, ହୋଟେଲ, ଭିଆଇପି ରୁମ୍ ସହ ବିଭିନ୍ନ ପ୍ରକାର ମନୋରଞ୍ଜନ ସୁବିଧା ରହିଛି । ସମୁଦ୍ର ମଧ୍ୟରେ କ୍ରୁଜରେ ଯାତ୍ରା କରିବାର ଅନୁଭୂତି ନିଆରା । କ୍ରୁଜରେ ହଜାର ସଂଖ୍ୟାରେ ଲୋକମାନେ ଭ୍ୟାକେସନର ମଜା ଉଠାଇଥାନ୍ତି । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କ୍ରୁଜରେ ଏତେ ସଂଖ୍ୟକ ଲୋକମାନଙ୍କର ବର୍ଜ୍ୟ କେଉଁ ଆଡ଼େ ଯାଇଥାଏ ? ଅଧିକାଂଶ ବ୍ୟକ୍ତିଙ୍କ ଧାରଣା ଥାଏ ଯେ କ୍ରୁଜର ବର୍ଜ୍ୟ ସବୁ ସମୁଦ୍ରକୁ ଯାଇଥାଏ । ତେବେ ଏହାର ଉତ୍ତର ହେଉଛି ନା ।

ପର୍ଯ୍ୟଟନ ଋତୁ ପାଖେଇ ଆସିଲେ କ୍ରୁଜରେ ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଗୋଟିଏ କିମ୍ବା ଦୁଇ ଦିନ ନୁହେଁ ବରଂ ସେମାନେ ଅନେକ ଦିନ ପର୍ଯ୍ୟନ୍ତ କ୍ରୁଜରେ ଯାତ୍ରା କରିଥାନ୍ତି । ସାଧାରଣତଃ ଏକ କ୍ରୁଜରେ ପ୍ରାୟ ୩ ହଜାର ଟଏଲେଟ୍ ରହିଥାଏ ଯାହା ୩୦ ହଜାର ଗ୍ୟାଲନ୍ ବର୍ଜ୍ୟ ଜମା କରିଥାଏ । ଏହି ସବୁ ବର୍ଜ୍ୟକୁ ୨ଟି ଅଲଗା ଅଲଗା ଶ୍ରେଣୀରେ ବିଭକ୍ତ କରାଯାଇ ଫିଲ୍ଟର ପ୍ରୋସେସ୍ କରାଯାଇଥାଏ । କ୍ରୁଜର ବର୍ଜ୍ୟ ବ୍ଲାକ୍ ଏବଂ ଗ୍ରେ ୱେଷ୍ଟ ଭାବରେ ବିଭକ୍ତ କରାଯାଇଛି । କପଡ଼ା, ବାସନ ଓ ହାତ ଧୋଇବା ପରେ ଅସନା ପାଣିକୁ ଗ୍ରେ ୱେଷ୍ଟ ଏବଂ ଟଏଲେଟ୍ ୱେଷ୍ଟକୁ ବ୍ଲାକ୍ ୱେଷ୍ଟ କୁହାଯାଏ । ଏହି ସବୁ ବ୍ଲାକ ୱେଷ୍ଟ ଏବଂ ଗ୍ରେ ୱେଷ୍ଟ ଗୁଡ଼ିକୁ ଜାହାଜ ତଲେ ଥିବା ଅନେକ ବଡ଼ ବଡ଼ ଟ୍ୟାଙ୍କ ମାଧ୍ୟମରେ ଫିଲ୍ଟରିଂ ପ୍ରକ୍ରିୟା ପାଇଁ ଛଡ଼ା ଯାଇଥାଏ । ଏହା ପରେ ସେହି ପାଣିକୁ ସମୁଦ୍ରରେ ଛଡ଼ା ହୁଏ । କୌଣସି କ୍ରୁଜ୍ କତ୍ତୃପକ୍ଷ ଦ୍ୱାରା ଏହି ପ୍ରକ୍ରିୟା ଅନୁସରଣ ନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କ୍ରୁଜର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇପାରେ ।

 

View this post on Instagram

 

A post shared by Zack D. Films (@zackdfilms)

Get real time updates directly on you device, subscribe now.