fbpx

ପାର୍ଟନର ସହ ମନ ମିଶୁନି ! ବୈବାହିକ ଜୀବନକୁ କେମିତି କରିବେ ଇଣ୍ଟ୍ରେଷ୍ଟିଂ ?

ଓଡ଼ିଶା ଭାସ୍କର: ବିବାହ ଏକ ପବିତ୍ର ସମ୍ପର୍କ । ଏହି ସମ୍ପର୍କର ଗାରିମା ବଜାୟ ରଖିବା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଦାୟିତ୍ୱ ଅଟେ । ଦମ୍ପତ୍ତିଙ୍କ ମଧ୍ୟରେ ଉଚିତ ବୁଝାମଣା, ବିଶ୍ୱାସ, ଭଲପାଇବା ଇତ୍ୟାଦି ଦ୍ୱାରା ସମ୍ପର୍କ ଦୀର୍ଘସ୍ଥାୟୀ ହୋଇଥାଏ । ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ବେଳେ ବେଳେ ଛୋଟ ଛୋଟ ଝଗଡ଼ା ଆବଶ୍ୟକ କାରଣ ଏହା ସେମାନଙ୍କୁ ଆହୁରି ନିକଟତର କରିବା ସହ ବୈବାହିକ ଜୀବନରେ ରୋମାଞ୍ଚ ଭରି ଦିଏ । ଅଧିକାଂଶ କ୍ଷେତ୍ରରେ ସମ୍ପର୍କ ପ୍ରାରମ୍ଭରେ ଦମ୍ପତ୍ତିଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଥାଏ ।
କିନ୍ତୁ ପରବର୍ତ୍ତୀ ସମୟରେ ଦମ୍ପତ୍ତିଙ୍କ ମଧ୍ୟରେ ରୋମାନ୍ସ ଧିରେ ଧିରେ କମିବାକୁ ଲାଗେ । ଦାୟିତ୍ୱର ବୋଝ ତଳେ ସମ୍ପର୍କ ଯେମିତି ଆଣନିଶ୍ୱାସୀ ମନେ ହୁଏ । ଶେଷରେ ଏପରି ଏକ ମୁହୂର୍ତ୍ତ ଆସେ ଯେତେବେଳେ ସମ୍ପର୍କ କେବଳ ଏକ ଔପଚାରିକତା ମନେ ହୁଏ । ଦମ୍ପତ୍ତି ଗୋଟିଏ ଛାତ ଓ ଗୋଟିଏ କକ୍ଷରେ ରହୁଥିଲେ ମଧ୍ୟ ପାର୍ଟନର ପ୍ରତି ସ୍ନେହ ଭାବନା ବା ଆକର୍ଷଣ ଅନୁଭବ କରିନଥାନ୍ତି । ଧିରେ ଧିରେ ଦୁହିଙ୍କ ମଧ୍ୟରେ ଦୂରତା ଦେଖାଦେଇଥାଏ ଓ ସମ୍ପର୍କ ନଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏଭଳି ସ୍ଥିତିରେ କ’ଣ କରିବା ଉଚିତ:

୧. କଥା ହୁଅନ୍ତୁ: ଅଧିକାଂଶ ସମୟରେ ଦେଖାଯାଏ ଯେ କୋ÷ଣସି ଛୋଟ ବଡ଼ ଝଗଡ଼ା ହୋଇଥିଲେ ଦମ୍ପତ୍ତି ପରସ୍ପର ସହ କଥାବାର୍ତ୍ତା ବନ୍ଦ କରିଦିଅନ୍ତି । ଏମିତି କରନ୍ତୁ ନାହିଁ । ପରସ୍ପର ମଧ୍ୟରେ ଥିବା ଭୁଲ ବୁଝାମଣାକୁ କଥାବାର୍ତ୍ତା ମାଧ୍ୟମରେ ସୁଧାରିବାକୁ ଚେଷ୍ଟା କରନ୍ତୁ । ପାର୍ଟନର ସାମ୍ନାରେ ମନ କଥା ଖୋଲି ପ୍ରକାଶ କରନ୍ତୁ । ନିଜ ସମ୍ପର୍କକୁ କିପରି ସୁଦୃଢ଼ କରିପାରିବେ ସେ ବିଷୟରେ ଆଲୋଚନା କରନ୍ତୁ ।

୨. ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ: ସାଧାରଣତଃ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ହେଲେ ସେମାନେ କ୍ରୋଧରେ କିଛି ନିଷ୍ପତ୍ତି ନେଇଥାନ୍ତି । ଏହା ସହ ପାର୍ଟନରକୁ ଅନେକ କଟୁ କଥା କାହିଥାନ୍ତି । ପରବର୍ତ୍ତୀ ମୁହୂର୍ତ୍ତରେ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ । ଏହା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ନିଜଚ ପାର୍ଟନରର ଦୁର୍ବଳତାକୁ ଅଣଦେଖା କରି ଭଲ ଗୁଣ ଉପରେ ଗୁରୁତ୍ୱ ଦିଅନ୍ତୁ ।

୩. ଫିଜିକାଲ ଇଣ୍ଟିମେସି: ସମ୍ପର୍କକୁ ସମୟ ନଦେଲେ ତାହା ବେଶି ଦିନ ପର୍ଯ୍ୟନ୍ତ ତିଷ୍ଟି ନଥାଏ । ପାର୍ଟନରଙ୍କ ପରସ୍ପର ପ୍ରତି ସ୍ନେହ ଭାବନା ଓ ଆନ୍ତରିକତା ଧିରେ ଧିରେ ହ୍ରାସ ପାଇଥାଏ । ତେଣୁ ପାର୍ଟନର ସହ କ୍ୟୁାଲିଟି ସମୟ ବିତାଇବା ସହ ଫିଜିକାଲ ଇଣ୍ଟିମେସି ପ୍ରତି ଧ୍ୟାନ ଦିଅନ୍ତୁ । ଏହା ଦ୍ୱାରା ସମ୍ପର୍କରେ ପୁଣି ଥରେ ପ୍ରେମ ଉଜ୍ଜୀବିତ ହୋଇଥାଏ ।

Get real time updates directly on you device, subscribe now.