DoT ପକ୍ଷରୁ ଏୟାରଟେଲ ଉପରେ ୩ ଲକ୍ଷ ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ଟେଲିକମ୍ ଦୁନିଆର ଦ୍ୱିତୀୟ ବୃହତ୍ତମ କମ୍ପାନୀ ଏୟାରଟେଲ ଉପରେ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ୍ସ(DoT) ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜୋରିମାନା ଲଗାଇଛି । ବାସ୍ତବରେ କମ୍ପାନୀ ତରଫରୁ ସବ୍ସକ୍ରାଇବର ଭେରିଫିକେସନର ନିୟମର ଉଲ୍ଲଂଘନ କରିଥିବା ନେଇ ଏହି ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷିରେ ଏୟାରଟେଲ BSEକୁ କହିଛି ଯେ ଚଳିତ ବର୍ଷ ଜାନୁଆରୀ ୮ରେDoT ପକ୍ଷରୁ ବିହାର LSA ସମ୍ପର୍କିତ ଏକ ନୋଟିସ ମିଳିଥିଲା ଯେଉଁଥିରେ ଉକ୍ତ କମ୍ପାନୀ ଉପରେ ୩ ଲକ୍ଷ ୫୭ ହଜାର କୋଟି ଟଙ୍କାର ଜୋରିମାନା ରହିଥିଲା ।

ତେବେ ବିଜ୍ଞପ୍ତି ବିଷୟରେ ଏୟାରଟେଲ କମ୍ପାନୀ ସବିଶେଷ ତଥ୍ୟ ଦେଇ କହିଛି ୨୦୨୩ ସେପ୍ଟେମ୍ବରରେ ଏକ ଅଡିଟ୍ ସମୟରେ କରଆହୁରୀ ମଧ୍ୟ କହିଛି ଯେ DoT ସାମ୍ପୁଲ କଷ୍ଟମର ଭାବେ ଆବେଦନ ଫର୍ମ ଗୁଡ଼ିକର ଯାଞ୍ଚ କରିଥିଲା ଯେଉଁଥିରେ ଲାଇସେନ୍ସ ଚୁିକ୍ତିନାମା ଅନୁଯାୟୀ ଗ୍ରାହକ ନିୟମ ସହ ଜଡ଼ିତ ସର୍ତ୍ତାବଳୀ ଉଲ୍ଲଂଘନ କରାଯାଇଥିଲା । ତେବେ ସେହି ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।