fbpx

(Video) ‘ଫାଣ୍ଟା’ ପିଇବାକୁ ଇଛାକରି ବୋତଲର ଠିପି ଖୋଲି ଦେଲେ ୨ ମହୁମାଛି; ଭିଡିଓ ଭାଇରାଲ

ଓଡିଶା ଭାସ୍କର: ଆଗରୁ ଆପଣ ବିଭିନ୍ନ ପଶୁ-ପକ୍ଷୀଙ୍କୁ ନେଇ ଅନେକ ମଜାଳିଆ ଭିଡିଓ ଦେଖିଥିବେ। ହେଲେ କେବେ କୀଟ-ପତଙ୍ଗଙ୍କୁ ନେଇ କିଛି ମଜାଳିଆ ଭିଡିଓ ଦେଖିନଥିବେ । ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ସହ ଜଡିତ ଅନେକ ଭିଡିଓକୁ ଲେକମାନେ ଖୁବ ପସନ୍ଦ କରିଥାନ୍ତି । ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଯାଏ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏଭଳି ଏକ ମଜାଳିଆ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି କାରଣରୁ ଅନେକ ଲୋକ ଏହି ଭିଡିଓକୁ ହ୍ୱାଟସଆପ ଷ୍ଟାଟସରେ ମଧ୍ୟ ପୋଷ୍ଟ କରୁଛନ୍ତି । ଏହି ଭିଡିଓ ଦେଖି ଲାଗୁଛି ଯେ କୀଟ-ପତଙ୍ଗଙ୍କ ମଧ୍ୟରୁ ସବୁଠୁ ଶକ୍ତିସାଳୀ ହେଉଛନ୍ତି ମହୁମାଛି ।

@jaral_shahid ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓକୁ ସେୟାର କରାଯାଇଛି । ଟେଲିଭିଜନ ପରଦାରେ ହେଉ କି ମୋବାଇଲ, କିମ୍ବା ବୁଲାବୁଲି କରିବା ସମୟରେ ଆମେ ବିଭିନ୍ନ ପଶୁ-ପକ୍ଷୀ ଓ ସେମାନଙ୍କ ଅଚରଣ ଦେଖିଥାଉ । ପ୍ରାକୃତିକ ବାସସ୍ଥଳୀରେ ଆମେ ଯାହା କରୁଛୁ, ବଞ୍ଚିଛୁ ତାହା କରୁଥିବା ଆମେ ସେମାନଙ୍କୁ ଦେଖୁଛୁ। କିଛି ପଶୁଙ୍କ ବିଷୟରେ ଆମ ସମସ୍ତଙ୍କର କିଛି ପୂର୍ବଧାରଣା ଅଛି । ତେବେ ଅନେକ ସମୟରେ ଆମେ ଭୁଲ ପ୍ରମାଣିତ ହୋଇଥାଏ। ଆମେ ସବୁବେଳେ ଭାବନ୍ତି ମହୁମାଛି ମାନେ ହିଂସ୍ର, ସେମାନେ ମଣିଷ ଦେଖିଲେ ଆକ୍ରମଣ କରନ୍ତି । ବାସ୍ତବରେ ଏକଥାର କୌଣସି ସତ୍ୟତା ନାହିଁ ଯେ ମହୁମାଛି କିନାକାରଣରେ ମଣିଷ ମାନଙ୍କୁ ଦେଖିଲେ ଆକ୍ରମଣ କରବେ ।
ଭିଡିଓ ଦେଖିଲେ ମହୁମାଛିଙ୍କ ଶକ୍ତି ସମ୍ପର୍କରେ ଅନ୍ମାନ କରିହେବ । କିପରି ସେମାନେ କିପରି ‘ଫାଣ୍ଟା’ ପିଇବାକୁ ଉଦ୍ୟମକରି ବୋତଲର ଠିପି ଖୋଲିବାକୁ ଚେଷ୍ଟା କରୁଛନ୍ତି ୨ ମହୁମାଛି। ଆଉ ଖୋଲିବା ରେ ମଧ୍ୟ ସଫଳ ହେଉଛନ୍ତି । ଯାହା ଆପଣ ଦେଖିଲେ ବି ଆଶ୍ଚର୍ଯ୍ୟ ହୋଇଯିବ ।

Get real time updates directly on you device, subscribe now.