fbpx

ଇଡ୍‌ଲି ଠାରୁ ଢୋକଲା ପର୍ଯ୍ୟନ୍ତ, ଗଣତନ୍ତ୍ର ଦିବସରେ Tricoloured Republic Day Recipesର ସ୍ୱାଦ ନେବାକୁ ଭୁଲନ୍ତୁନି

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସକୁ ସମସ୍ତେ ଅଲଗା ଅଲଗା ତରିକାରେ ପାଳନ କରିଥାନ୍ତି । କେହି ବାହାରକୁ ବୁଲିବାକୁ ଯାଆନ୍ତି ତ ଆଉ କେହି ଘରେ ଫିଲ୍ମ ଦେଖି ଏହିଦିନଟିକୁ କାଟିଥାଏ । କିଛି ଲୋକ ଖାସ୍ ରେସିପି ସହ ଏହିଦିନଟିକୁ ମନାଇଥାନ୍ତି । ଯଦି ଆପଣ ସେହିମାନଙ୍କ ମଧ୍ୟରୁ ଜଣେ ଯିଏ କି ସର୍ବଦା କିଛି ନୂଆ ନୂଆ ରେସିପି ପ୍ରସ୍ତୁତ କରି ଖାଇବାକୁ ଚାହେଁ ତେବେ ଆପଣ ନିମ୍ନରେ ଦିଆଯାଇଥିବା  Tricoloured Republic Day ଫୁଡ୍ ତିଆରି କରିବାକୁ ଚେଷ୍ଟା କରନ୍ତୁ ଓ ଏହାର ଖାସ୍ ସ୍ୱାଦ ଉଠାନ୍ତୁ । ଏହି କ୍ରମରେ ଆସନ୍ତୁ ଜାଣିବା କିଛି  ରେସିପି ସଂପର୍କରେ ।
Tricoloured ଇଡଲି:
ଏହା ପ୍ରସ୍ତୁତ କରିବା ଲାଗି ଏକ ପାତ୍ରରେ ରାୱା, ଲୁଣ, ଦହି ଓ ପାଣି ନେଇ ଭଲ ଭାବରେ ମିଶାଇ ଦିଅନ୍ତୁ । ପରେ ଏହାକୁ ୩ ଭାଗରେ ବାଣ୍ଟି ଦିଅନ୍ତୁ । ଆପଣ ଏହାକୁ ତ୍ରିରଙ୍ଗା ରୂପ ଦେବାକୁ ୩ ଭାଗରେ ଅଲଗା ଅଲଗା ଧଳା, ସବୁଜ ଓ କମଳା ରଙ୍ଗର ଫୁଡ୍ କଲର ମଶାଇ ରଖନ୍ତୁ । ଅଧଘଣ୍ଟା ପର୍ଯ୍ୟନ୍ତ ଏହାକୁ ଛାଡି ଦିଅନ୍ତୁ । ଏବେ ଇଡଲି ଷ୍ଟାଣ୍ଡ ନିଅନ୍ତୁ ଓ ଏଥିରେ ବାଟର ଭରି ୧୫ ମିନିଟ୍ ପର୍ଯ୍ୟନ୍ତ ବାମ୍ଫରେ ରାନ୍ଧନ୍ତୁ । ଏବେ ଆପଣ ଏହାକୁ ନଡିଆ ଚଟଣୀ କିମ୍ବା ସମ୍ବର ସହ ଖାଇପାରିବେ ।
Tricoloured ଢୋକଲା:
ଏହା ପ୍ରସ୍ତୁତ କରିବା ଲାଗି ଚାଉଳ ଓ ଡାଲିକୁ ଅଲଗା ଅଲଗା ପାତ୍ରରେ ଅତି କମ୍‌ରେ ୮ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ପାଣିରୁ ବାହାର କରି ଏହାକୁ ଭଲ ଭାବରେ ଗ୍ରାଇଣ୍ଡ କରି ଦିଅନ୍ତୁ । ବାଟର ଗାଢ ରହିବା ଉଚିତ । ଏହି ପେଷ୍ଟରେ କିଛି ଖଟା ଦହି ଓ ଗରମ ପାଣି ମିଶାନ୍ତୁ । ଏହାପରେ ତାକୁ କିଛି ସମୟ ଲାଗି ଛାଡି ଦିଅନ୍ତୁ । ଏବେ ଏହାକୁ ୩ ଭାଗରେ ବାଣ୍ଟି ଦିଅନ୍ତୁ ଓ ତିନି ଭାଗରେ ତ୍ରିରଙ୍ଗାର ଅଲଗା ଅଲଗା କଲର ମିଶାନ୍ତୁ । ୬ ଘଣ୍ଟା ପରେ ସେଥିରେ ଲୁଣ ଓ ଛୋଟ ଛୋଟ ଅଦା ଖଣ୍ଡ ମିଶାଇଦିଅନ୍ତୁ ।
ଢୋକଲା ମିଶ୍ରଣକୁ ଏକ ଛୋଟ ପାତ୍ରରେ ଷ୍ଟିମରରେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ । ଏବେ ଆପଣଙ୍କ ୩ ରଙ୍ଗ ବିଶିଷ୍ଟ ଢୋକଲା ପ୍ରସ୍ତୁତ ହୋଇଗଲା ।

Get real time updates directly on you device, subscribe now.