fbpx

UCC ଡ୍ରାଫ୍ଟର କଭର ପେଜକୁ ନେଇ କାହିଁକି ଏତେ ଚର୍ଚ୍ଚା ?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ୍ କୋଡ୍(UCC) ଲାଗୁ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଶୁକ୍ରବାର ଏକ ବିଶେଷଜ୍ଞ କମିଟି ଦ୍ୱାରା UCC ସମ୍ବନ୍ଧୀୟ ଏକ ଡ୍ରାଫ୍ଟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଡ୍ରାଫ୍ଟରେ ରାଜ୍ୟର ସମସ୍ତ ନାଗରିକଙ୍କ ପାଇଁ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ ଏବଂ ସମ୍ପତ୍ତି ଭଳି ମାମଲାରେ ଏକକ ଆଇନ୍ ରହିଛି । ଏଥିମଧ୍ୟରେ UCC ଡ୍ରାଫ୍ଟର କଭର ପେଜ୍କୁ ନେଇ ଚର୍ଚ୍ଚା ହେଉଛି । ଏହା ସମସ୍ତଙ୍କ ଧ୍ୟାନ ଆକର୍ଷତ କରିଛି ।

ସାଧାରଣତଃ ସମସ୍ତେ ଜାଣିଛନ୍ତି ଯେ କୋର୍ଟରେ ଥିବା ନ୍ୟାୟ ଦେବୀଙ୍କ ପ୍ରତିମା ଆଖିରେ ପଟି ଲଗାଯାଇଥାଏ । ଏହା ନିରପେକ୍ଷ ନ୍ୟାୟର ପ୍ରତୀକ ଅଟେ । କିନ୍ତୁ UCC ଡ୍ରାଫ୍ଟର କଭର ପେଜରେ ନ୍ୟାୟ ଦେବୀଙ୍କ ଆଖିରେ ପଟି ନାହିଁ । ଯାହାକି ପାରମ୍ପରିକ ଚିତ୍ରଣରୁ ଭିନ୍ନ ଅଟେ । ଏହି ଫଟୋକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି । କିଛି ଲୋକଙ୍କ କହିବାନୁଯାୟୀ ଧର୍ମ ଓ ଜାତି ନିର୍ବିଶେଷରେ UCC ସମସ୍ତ ନାଗରିକଙ୍କ ପାଇଁ ସମାନ ନ୍ୟାୟ ସୁନିଶ୍ଚିତ କରିବ । ଏହା ସହ ଅନ୍ୟମାନେ କହିଛନ୍ତି ଯେ ଏହା ସ୍ୱଚ୍ଛ ଏବଂ ନିରପେକ୍ଷ ପ୍ରକ୍ରିୟାର ପ୍ରତୀକ ଅଟେ ।

Get real time updates directly on you device, subscribe now.