fbpx

ଅହମଦ ଅୱଦ ବିନ୍ ମୁବାରକ୍ ୟେମେନର ନୂତନ ପ୍ରଧାନମନ୍ତ୍ରୀ

ସନା: ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପ୍ରାପ୍ତ ୟେମେନର ରାଷ୍ଟ୍ରପତି ପରିଷଦ(Presidential Council) ସୋମବାର ଏକ ଅପ୍ରତ୍ୟାଶିତ ପଦକ୍ଷେପ ଗ୍ରହଣ କରିଛି । ୟେମେନର ପ୍ରଧାନମନ୍ତ୍ରୀ ମାଇନ୍ ଅବଦୁଲ ମଲିକ ସଇଦ(Maeen Abdulmalik Saeed)ଙ୍କୁ ପଦରୁ ବହିଷ୍କାର କରିଛି । ତାଙ୍କ ବଦଳରେ ଦେଶର ବୈଦେଶିକ ମନ୍ତ୍ରୀ ଅହମଦ ଅୱଦ ବିନ୍ ମୁବାରକଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ଘୋଷଣା କରିଛି ରାଷ୍ଟ୍ରପତି ପରିଷଦ । ୨୦୧୮ ମସିହାରୁ ମାଇନ୍ ଅବଦୁଲ ମଲିକ ସଇଦ ୟେମେନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ । ତେବେ ଏଭଳି ନିଷ୍ପତ୍ତି ନେବା ପଛରେ ରାଷ୍ଟ୍ରପତି ପରିଷଦ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିପାରି ନାହିଁ ।

ଏହି ନିଷ୍ପତ୍ତି ଏଭଳିି ସମୟରେ ଆସିଛି ଯେତେବେଳେ ଆମେରିକା ନେତୃତ୍ୱାଧୀନ ସୈନ୍ୟ ମେଣ୍ଟ ୟେମେନରେ ଇରାନ ସମର୍ଥିତ ହୁତୀ ବିଦ୍ରୋହୀଙ୍କୁ ଟାର୍ଗେଟ କରୁଛି । ତେବେ ଆମେରିକାରେ ପୂର୍ବତନ ରାଷ୍ଟ୍ରଦୂତ ବିନ୍ ମୁବାରକଙ୍କୁ ହୁତୀ ବିଦ୍ରେହୀଙ୍କ ବିରୋଧୀ ଭାବେ ବିବେଚନା କରାଯାଇଛି । ୨୦୧୫ ମସିହାରେ ହୁତୀ ବିଦ୍ରୋହୀମାନେ ତାଙ୍କୁ ଅପହରଣ କରିଥିଲେ । ଏହା ପରେ ୟେମେନରେ ରାଜନୈତିକ ସଙ୍କଟ ଦେଖାଦେଇଥିଲା ।

Get real time updates directly on you device, subscribe now.