(Video): ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ, ‘ପ୍ରଧାନମନ୍ତ୍ରୀ ମୋଦୀ OBC ନୁହନ୍ତି, ସେ….’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବର୍ତ୍ତମାନ ଓଡ଼ିଶାରେ ଜାରି ରହିଛି । ଗୁରୁବାର ଝାରସୁଗୁଡ଼ାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଏକ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ଏନେଇ ଏଏନ୍ଆଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

ଏଥିରେ ରହୁଲ ଗାନ୍ଧୀ କହିଛନ୍ତି, ‘ପ୍ରଧାନମନ୍ତ୍ରୀଙ୍କ ଜନ୍ମ OBC ବର୍ଗରେ ହୋଇନାହିଁ । ସେ ଗୁଜରାଟର ‘ତେଲି’ ଜାତିରେ ଜନ୍ମ ଗ୍ରହଣ କରିଛନ୍ତି । ୨୦୦୦ ମସିହାରେ ଏହି ସମୁଦାୟକୁ ବିଜେପି ପକ୍ଷରୁ ଓବିସିର ଟ୍ୟାଗ୍ ଦିଆଯାଇଥିଲା । ତାଙ୍କ ଜନ୍ମ General casteରେ ହୋଇଥିଲା । ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ସେ କେବେବି ମୋଦୀଙ୍କ ଜାତିଗତ ଜନଗଣନା ପାଇଁ ଅନୁମତି ଦେବେ ନାହିଁ କାରଣ ସେ ଓବିସି ନୁହେଁ ସାଧାରଣ ଜାତିରେ ଜନ୍ମ ଗ୍ରହଣ କରିଥିଲେ । ମୋଦୀଙ୍କ ଜାତିକୁ ନେଇ ଲୋକଙ୍କୁ ବୋକା ବନାଯାଉଛି । ପ୍ରଧାନମନ୍ତ୍ରୀ କେବେ ବି ଗରିବ, ପଛୁଆ ବର୍ଗ ଓ କୃଷକଙ୍କ ହାତ ଧରି ନାହାନ୍ତି । ସେ ସବୁବେଳେ ଆଦାନୀଙ୍କ ହାତ ଧରିଛନ୍ତି ବୋଲି କଂଗ୍ରେସ ନେତା କହିଥିଲେ ।