Spectrum Auction 2024-25କୁ ମିଳିଲା ଅନୁମୋଦନ, ଜାଣନ୍ତୁ କେଉଁ ଟେଲିକମ୍ କମ୍ପାନୀ ଲଗାଇବେ ବେଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ଥରେ Spectrum ନିଲାମ କରିବାକୁ ଯାଉଛି । ଫେବୃଆରୀ ୮ରେ କ୍ୟାବିନେଟ୍ ବିଭିନ୍ନ Bandsର ସ୍ପେକ୍ଟ୍ରମ ନିଲାମକୁ ଅନୁମୋଦନ ପ୍ରଦାନ କରିଛି । ଏହା ଅନ୍ତର୍ଗତ ୧୦, ୫୨୩.୧୫ ର ସ୍ପେକ୍ଟ୍ରମର ନିଲାମୀ ହେବ ଯାହାର ମୂଲ୍ୟ ୯୬, ୩୧୭.୬୫ କୋଟି ଟଙ୍କା ଅଟେ । ତେବେ ଉପଲବ୍ଧ ଥିବା ୮୦୦, ୯୦୦, ୧୮୦୦, ୨୧୦୦, ୨୩୦୦, ୨୫୦୦, ୩୩୦୦ ଏବଂ ୨୬ GHz Bandsର ସ୍ପେକ୍ଟ୍ରମ୍ ସରକାର ନିଲାମ କରିବେ । ଅନ୍ୟ କମ୍ପାନୀଗୁଡ଼ିକ ପାଖରେ ପୂର୍ବରୁ ଥିବା କିଛି ସ୍ପେକ୍ଟ୍ରମ୍ ନିଲାମୀରେ ସାମିଲ କରାଯାଇଛି ଯାହାର ଲାଇସେନ୍ସ ୨୦୨୪ରେ ଏକ୍ସପାୟାର ହୋଇଯାଇଛି । ଏଭଳି କିଛି ଏହି ନିଲାମୀରେ କିଣାଯିବା ସ୍ପେକ୍ଟ୍ରମର ବୈଧତା ୨୦ ବର୍ଷ ପର୍ଯ୍ୟନ୍ତ ରହିବ ।

Spectrum Auction 2024-25ରେ ବିଭିନ୍ନ ଟେଲିକମ୍ କମ୍ପାନୀ ଗୁଡ଼ିକ ସାମିଲ ରହିଛି । ଭାରତୀ ଏୟାରଟେଲ୍ ଏବଂ ଭୋଡ଼ାଫୋନ୍ ଆଇଡ଼ିଆକୁ କ୍ୟାବିନେଟ୍ ତାଜା ସ୍ପେକ୍ଟ୍ରମ୍ ଆବଣ୍ଟନ କରିଛି । ଏୟାରଟେଲର ୯୦୦Hz ଏବଂ ୧୮୦୦Hz ସ୍ପେକ୍ଟ୍ରମ୍ ୬ଟି ସର୍କଲରେ ସମାପ୍ତ ହେଉଛି ଯାହାର ମୂଲ୍ୟ ୪୨୦୦ କୋଟି ଟଙ୍କା । ସେହପରି Viର ସ୍ପେକ୍ଟ୍ରମ୍ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶ(ପଶ୍ଚିମ) ସର୍କଲରେ ଅଟକ ରହିଛି ଯାହାର ମୂଲ୍ୟ ୧୯୫୦ କୋଟି ଟଙ୍କା । ସରକାରଙ୍କୁ ଏହି ସବୁ ସ୍ପେକ୍ଟ୍ରମ ନିଲାମୀରୁ ୧୦ କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି ଆଶା କରାଯାଉଛି । ଚଳିତ ମାସ ପ୍ରାରମ୍ଭରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଆଗାମୀ ସ୍ପେକ୍ଟ୍ରମ୍ ଏକ ସୀମିତ ନିଲାମୀ ହେବାକୁ ଯାଉଛି । ଏହାର କାରଣ ହେଉଛି ଗତ ବର୍ଷ ବଡ଼ ଆକାରରେ ଏହି ନିଲାମୀ ହୋଇଥିଲା । ଏହି ସ୍ପେକ୍ଟ୍ରମ୍ ନିଲାମୀରେ ଏୟାରୱେଭ୍ସର କ୍ୟୁାଣ୍ଟମ୍ କମ୍ ରହିବ ।