fbpx

ଆଜି ଭାରତ ଇଂଲଣ୍ଡ ୩ୟ ଟେଷ୍ଟ, ଯୁବ ଖେଳାଳିଙ୍କ ଉପରେ ଗୁରୁଦାୟିତ୍ୱ

ରାଜକୋଟ: ଆଜି ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୩ୟ ମ୍ୟାଚ୍ ରାଜକୋଟରେ ଖେଳାଯିବ । ହାଇଦ୍ରାବଦରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ପ୍ରଦର୍ଶନ ସନ୍ତୋଷଜନକ ନଥିଲା । ଏହା ପରେ ଭାରତ ତା’ର ତୃଟି ସୁଧାରି ୨ୟ ଟେଷ୍ଟ ମ୍ୟାଚକୁ ଜିତିଥିଲା । ବର୍ତ୍ତମାନ ସ୍ଥିତି ୧-୧ରେ ରହିଥିବା ବେଳେ ତୃତୀୟ ମ୍ୟାଚକୁ ଜିତି ଶୃଙ୍ଖଳାରେ ଆଗୁଆ ହେବା ପାଇଁ ଉଭୟ ଦଳ ପ୍ରୟାସ କରିବେ ।

ପ୍ରମୁଖ ଖେଳାଳି ଆହତ ହେବା ପରେ ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିରାଟ କୋହଲ ପୁରା ଶୃଙ୍ଖଳାରୁ ଓହରିଯିବା, ଶ୍ରେୟାସ ଅୟର, ଚେତେଶ୍ୱର ପୂଜାରା, କେଏଲ୍ ରାହୁଲ, ଅଜିଙ୍କ୍ୟ ରାହାଣେଙ୍କ ଭଳି ଖେଳାଳିଙ୍କ ବିନା ଭାରତୀୟ ମଧ୍ୟକ୍ରମ ଦୁର୍ବଳ ହୋଇଯାଇଥିବା ଦେଖାଦେଇଛି । ଏବେ କିଛି ନୂଆ ଖେଳାଳିଙ୍କୁ ନେଇ ଇଂଲଣ୍ଡର ମୁକାବିଲା କରିବାକୁ ଯାଉଛି ଭାରତ । ଅନ୍ୟପକ୍ଷରେ ଇଂଲଣ୍ଡର ସ୍ପିନର ଜ୍ୟାକ୍ ଲିଚ୍ ଆହତ ହୋଇ ପୁରା ଶୃଙ୍ଖଳାରୁ ବାଦ୍ ପଡ଼ିବା ଇଂଲଣ୍ଡର ସ୍ଥିତି ଦୁର୍ବଳ କରିଦେଇଛି । ମୋଟ୍ ଉପରେ ଦେଖିବାକୁ ଗଲେ ଯୁବ ଭାରତୀୟ ବ୍ୟାଟର ଏବଂ ଇଂଲଣ୍ଡର ଯୁବ ସ୍ପିନରଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ ।

Get real time updates directly on you device, subscribe now.