fbpx

DA-DR-TA ବୃଦ୍ଧି ଅପଡେଟ୍: କେନ୍ଦ୍ର କର୍ମଚାରୀଙ୍କୁ ମିଳିପାରେ ଏକସଙ୍ଗେ ୩ଟି ବଡ଼ ଉପହାର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ପ୍ରତିବର୍ଷ ମହଙ୍ଗା ଭତ୍ତା (ଡିଏ), ଡିଅରନେସ ରିଲିଫ୍ (ଡିଆର) ମିଳିଥାଏ । ବର୍ଷର ଜାନୁଆରୀ ଓ ଜୁଲାଇରେ ଦୁଇଥର ଡିଏ ଓ ଡିଆର ବୃଦ୍ଧି ହୋଇଥାଏ । ଗତ ବର୍ଷ ଅକ୍ଟୋବର ମାସରେ ଶେଷ ଥର ପାଇଁ ଡିଏ ୪ ପ୍ରତିଶତ ବଢ଼ିଥିବା ବେଳେ ମୋଟ ଡିଏ ବର୍ତ୍ତମାନ ପର୍ଯ୍ୟନ୍ତ ୪୬ ପ୍ରତିଶତ ରହିଛି । ତେବେ ବର୍ତ୍ତମାନର ମହଙ୍ଗା ସ୍ଥିତି ଆଧାରରେ ଆଗକୁ ୪ ପ୍ରତିଶତ ଡିଏ ବୃଦ୍ଧି ହେବାର ସମ୍ଭାବନା ରହିଛି । ଡିଏ ୪ ପ୍ରତିଶତ ବୃଦ୍ଧି ଘଟିଲେ କେନ୍ଦ୍ର କର୍ମଚାରୀଙ୍କ ଡିଏ ଓ ଡିଅର ୫୦ ପ୍ରତିଶତରୁ ଅଧିକ ହୋଇଯିବ ।

ତେବେ କେନ୍ଦ୍ର ସରକାର ଆସନ୍ତା ମାର୍ଚ୍ଚରେ ଡିଏ ବୃଦ୍ଧି ଘୋଷଣା କରିପାରନ୍ତି । ଡିଏ ବୃଦ୍ଧି ହେଲେ ତାହା ଜାନୁଆରୀ ମାସରୁ ଲାଗୁ ହୋଇପାରେ । କେନ୍ଦ୍ର କର୍ମଚାରୀଙ୍କୁ ୫୦ ପ୍ରତିଶତ ଡିଏ ମିଳିବ ବୋଲି ୨୦୨୩ ବର୍ଷର ଜୁଲାଇ-ଡିସେମ୍ବର ମାସର ଏଆଇସିପିଆଇ ଇଣ୍ଡେକ୍ସ ନମ୍ବରରୁ ସ୍ପଷ୍ଟ ହୋଇସାରିଛି । ତେବେ ଏହି ଦୁଇଟି ଉପହାର ସହିତ କେନ୍ଦ୍ର କର୍ମଚାରୀଙ୍କୁ ଆଉ ଏକ ଉପହାର ମିଳିପାରେ । କର୍ମଚାରୀଙ୍କ ଡିଏ ବୃଦ୍ଧି ପରେ ଟ୍ରାଭେଲିଂ ଆଲାଉନ୍ସ (ଟିଏ) ଅଧିକ ହେବାର ସମ୍ଭାବନା ରହିଛି । ସେହିପରି କର୍ମଚାରୀଙ୍କ ହାଉସ୍ ରେଣ୍ଟ ଆଲାଉନ୍ସ (ଏଚଆରଏ)ରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ମାର୍ଚ୍ଚରେ ଡିଏ ବୃଦ୍ଧି ପରେ ଏଚଆରଏ ରିଭିଜନ୍ ହୋଇପାରେ । ଆସନ୍ତା ହୋଲି ପୂର୍ବରୁ କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିପାରେ ।

Get real time updates directly on you device, subscribe now.