fbpx
BSKY
BJD YOUTH SKY
BJD MS SKY

‘ଅନନ୍ତ ଅମ୍ବାନୀଙ୍କ ବିବାହରେ ଲୋକେ ନେଉଛନ୍ତି ସେଲଫି, ହେଲେ ଏଠାରେ ଭୋକରେ ମରୁଛନ୍ତି ଜନତା’: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ମଧ୍ୟପ୍ରଦେଶରେ ପହଁଚିଛନ୍ତି । ଏଠାରେ ରାହୁଲ ଗାନ୍ଧୀ ରବିବାର ଦିନ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଟିପ୍ପଣୀ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଅମ୍ବାନୀଙ୍କର ସେପଟେ ବିବାହ ହେଉଛି, ଲୋକେ ସେଲଫି ନେଉଛନ୍ତି । ହେଲେ ଏପଟେ ଏଠାରେ ଆପଣ ଭୋକିଲା ମରୁଛନ୍ତି । ଦୁନିଆ ସାରା ଧନୀ ଲୋକେ ସେଠାରେ ପହଁଚିଛନ୍ତି ।

ଲୋକମାନଙ୍କୁ ସମ୍ବୋନ୍ଧନ ଜଣାଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏବେ ରାହୁଲ ଗାନ୍ଧୀ ଯାହା କହୁଛନ୍ତି ତାହା କିପରି ଦେଖାଯିବ .. ଟିଭିରେ ଦେଖାଯିବ ଅମ୍ବାନୀଙ୍କ ପୁଅର ବିବାହ ହେଉଛି । ଧୁମଧାମରେ ବିବାହ ହେଉଛି, ସାରା ଦୁନିଆ ଲୋକେ ସେଠାକୁ ଯାଉଛନ୍ତି । ସେଲ୍ଫି ମଧ୍ୟ ନେଉଛନ୍ତି ହେଲେ ଏଠାରେ ଆପଣମାନେ ଭୋକରେ ମରୁଛନ୍ତି । ରାହୁଲ ଗାନ୍ଧୀଙ୍କର ସର୍ବଦା ଏହି ଅଭିଯୋଗ ରହିଆସିଛି ଯେ, ମିଡିଆରେ ତାଙ୍କ ବିବୃତ୍ତିର ସ୍ଥାନ ନାହିଁ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ‘ଭାରତ ଯୋଡା ଯାତ୍ରା’ ପରେ ଆମେ ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ଆରମ୍ଭ କରିଛୁ। ଏହି ଯାତ୍ରାରେ ଆମେ ‘ନ୍ୟାୟ’ ଶବ୍ଦ ଯୋଡିଛୁ। ଆମେ ‘ନ୍ୟାୟ’ ଶବ୍ଦ ଯୋଡିଛୁ କାରଣ ଦେଶରେ ବ୍ୟାପିଥିବା ଘୃଣାର କାରଣ ହେଉଛି ‘ଅନ୍ୟାୟ’।

Get real time updates directly on you device, subscribe now.