fbpx
BSKY SKY
BSKY SKY

ପୁଣି ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ ଶେହୱାଜ ସରିଫ, ପିଟିଆଇର ଓମାର ଆୟୁବ ଖାନଙ୍କୁ କଲେ ପରାସ୍ତ

BSKY

ଇସଲାମାବାଦ: ପାକିସ୍ତାନ ମୁସଲିମ ଲିଗର ବରିଷ୍ଠ ନେତା ଶେହୱାଜ ସରିଫ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରବିବାର ତାଙ୍କୁ ଭୋଟ୍ ଦେବା ପରେ ସେ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଶେହୱାଜ ସରିଫ ଶନିବାର ଦିନ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଭୋଟିଂ ପୂର୍ବରୁ ମଧ୍ୟ ଏହି ସଂଖ୍ୟା PML-N ସପକ୍ଷରେ ଥିଲା ଏବଂ ବିଶ୍ୱାସ କରାଯାଉଥିଲା ଯେ ଦେଶର କମାଣ୍ଡ ପୁଣି ଥରେ ଶେହୱାଜ ସରିଫଙ୍କ ହାତକୁ ଆସିବ। ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କ ବିରୋଧରେ ଇମ୍ରାନ ଖାନଙ୍କ ପିଟିଆଇ ନେତା ଓମାର ଆୟୁବ ଖାନ ନାମାଙ୍କନ ଦାଖଲ କରିଥିଲେ।

ପାକିସ୍ତାନ ସଂସଦରେ ରବିବାର ଦିନ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଭୋଟିଂ ସମୟରେ ଶେହୱାଜ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୧୦୦ଟି ଭୋଟ ଅଧିକ ପାଇଛନ୍ତି । ଶେହୱାଜ ସରିଫଙ୍କୁ ସମୁଦାୟ ୨୦୧ ଖଣ୍ଡ ଭୋଟ ମିଳିଛି । ଅନ୍ୟ ପଟେ ଓମାର ଆୟୁବଙ୍କୁ ୯୨ ଖଣ୍ଡ ଭୋଟ ମିଳିଛି । ଏହାପରେ ଶେହୱାଜ ସରିଫଙ୍କ ନାମର ଘୋଷଣା ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ କରାଯାଇଛି । କୁହାଯାଉଛି ଯେ, ଶେହୱାଜ ସରିଫ ସୋମବାର ଦିନ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଶପଥ ପାଠ କରିବେ ।

ବିଗତ ଦିନରେ ପାକିସ୍ତାନରେ ହୋଇଥିବା ନିର୍ବାଚନରେ କୌଣସି ମଧ୍ୟ ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ । ଏହାପରେ ନୱାଜ ସରିଫଙ୍କ ପାର୍ଟୀ ପିଏମଏଲ-ଏନ ପିପିପି ଏନଂ ଏମକ୍ୟୁଏମ ସହ ମେଣ୍ଟ କରି ସରକାର ଗଠନ ପାଇଁ ନିଷ୍ପତ୍ତି ନେଲା । ଶେହୱାଜ ସରିଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ । ସେମାନେ ପାର୍ଟୀ ପକ୍ଷରୁ ପ୍ରଧାନମନ୍ତ୍ରୀ ପାଇଁ ନାମାଙ୍କନ ଦାଖଲ କରିଥିଲେ । ଶେହୱାଜ ସରିଫ ଏହା ପୂର୍ବରୁ ଏପ୍ରିଲ ୨୦୨୨ ରେ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି । ସେହି ସମୟରେ ସେ ପିପିପି ସହ ମିଶି ସରକାର ଗଠନ କରିଥିଲେ ।

Get real time updates directly on you device, subscribe now.