fbpx
BJD SKY
BJD SKY

ଶିଶୁ ଜନ୍ମ କରୁନାହାନ୍ତି ଏହି ଦେଶର ଲୋକେ, ହସ୍ପିଟାଲରେ ବନ୍ଦ ହୋଇଯାଉଛି ଡେଲିଭରୀ ସେଣ୍ଟର, ଜାଣନ୍ତୁ କାରଣ

BJD

ନୂଆଦିଲ୍ଲୀ: ଚୀନରେ କୋଭିଡ ମହାମାରୀକୁ ନେଇ ଖବର ସାମ୍ନାକୁ ଆସୁଥିଲା । କିନ୍ତୁ ବର୍ତ୍ତମାନ ଏହି ଦେଶରେ ଅନ୍ୟ ଏକ ନୂଆ ମାମଲା ସାମ୍ନାକୁ ଆସୁଛି । ରିପୋର୍ଟ ମୁତାବକ ଚୀନର ଅନେକ ହସ୍ପିଟାଲରେ ଚଳିତ ବର୍ଷ ଏଠାରେ ନବଜାତ ଶିଶୁର ଡେଲିଭରୀ ସେବା ବନ୍ଦ କରାଯାଇଛି । ଚୀନର ପୂର୍ବତନ ଝେଜିୟାଙ୍ଗ ଏବଂ ଦକ୍ଷିଣ ଜିୟାଂଗସସହିତ ବିଭିନ୍ନ ପ୍ରାନ୍ତରେ ଥିବା ହସ୍ପିଟାଲ ଘୋଷଣା କରିଛନ୍ତି ଯେ, ଡେଲିଭରୀ ବିଭାଗ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେବେ।

ଅନେକ ହସ୍ପିଟାଲ କିଛି ଦିନ ମଧ୍ୟରେ ଏଠାରେ ଶିଶୁ ଏବଂ ଡେଲିଭରୀ ବିଭାଗ ବନ୍ଦ କରିଦେଇଛନ୍ତି । ଚୀନରେ ଶିଶୁର ଜନ୍ମରେ ହ୍ରାସ ଘଟିବା ହେତୁ ଏପରି ଘଟୁଛି । ଚୀନରେ ଦମ୍ପତ୍ତିମାନେ ଶିଶୁକୁ ଜନ୍ମ ଦେବାରେ ସଂକୋଚ କରୁଛନ୍ତି । ଶିଶୁ ଜନ୍ମ କରିବା ଦମ୍ପତ୍ତିଙ୍କ ସଂଖ୍ୟା ଲଗାତାର କମିବାରେ ଲାଗିଛି । ୨୦୨୩ ମସିହା ପରେ ଏହା ଲଗାତାର ହ୍ରାସ ପାଇଛିି । ଜନ୍ମ ହାରରେ ରେକର୍ଡ କମିବା ଏବଂ କୋଭିଡ ମହାମାରୀ ସମୟରେ ମୃତ୍ୟୁ ହାର ବଢୁଛି ।

ଚୀନରେ ପ୍ରତ୍ୟେକ ଜିନିଷ ମହଙ୍ଗା ହେବା । ଅନେକ ଦମ୍ପତ୍ତି ଶିଶୁଙ୍କ ଯôତ ନେବା ଏବଂ ସେମାନଙ୍କର ପାଳନ ପାଇଁ ଶିଶୁକୁ ଜନ୍ମ ଦେବା ପାଇଁ ଯୋଜନା କରୁନାହାନ୍ତି । ଏହା ବ୍ୟତୀତ ବିବାହ କରିବାର ଅନିଛା ଏବଂ ନିଜ କ୍ୟାରିୟର କାରଣରୁ ଶିଶୁକୁ ଜନ୍ମ ନ ଦେବା ଅପସନକୁ ପ୍ରାୟତଃ ଚୟନ କରୁଛନ୍ତି । ଚୀନର ଅଧିକାରୀମାନେ ଜନ୍ମ ହାରକୁ ବଢାଇବା ଲାଗି ପ୍ରୋତ୍ସାହନ କରିବାର ପ୍ରୟାସ କରୁଛନ୍ତି । ଯେଉଁଥିରେ ମାତୃତ୍ୱ ଅବକାଶ ବୃଦ୍ଧି କରିବା, ଶିଶୁ ଜନ୍ମ କରିବା ଲାଗି ଆର୍ଥିକ ସହାୟତା, ଟ୍ୟାକ୍ସରେ ଲାଭ ଏବଂ ଘର ତିଆରି କରିବା ଲାଗି ସବସିଡ ଦେବା ଉପରେ କାର୍ଯ୍ୟ କରୁଛି ।

Get real time updates directly on you device, subscribe now.