fbpx

OSSC ପକ୍ଷରୁ ଘୋଷଣା: ଏପ୍ରିଲ ୨୧ରେ ହେବ ଜୁନିୟର ଟାଇପିଷ୍ଟ, DEO, ଷ୍ଟେନୋ, କନିଷ୍ଠ କିରାଣୀ ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ନଭେମ୍ବର ମାସ ୧୦ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ, ଜୁନିୟର କ୍ଲର୍କ ଆଣ୍ଡ ଟାଇପିଷ୍ଟ, ଟାଇପିଷ୍ଟ ଆଣ୍ଡ କପିଇଷ୍ଟ, ଜୁନିୟର ଗ୍ରେଡ ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଆଦି ପଦ ପୂରଣ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନେଇ ଗତବର୍ଷ ନଭେମ୍ବର ମାସ ୧୮ ତାରିଖରୁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୧୭ ତାରିଖରେ ସମାପ୍ତ ହୋଇଥିଲା ।

ଏହି ସମସ୍ତ ପଦ ପାଇଁ ଫେବୃଆରୀ ମାସ ୪ ତାରିଖରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାପରେ ପ୍ରିଲିମିନାରୀ ପରୀକ୍ଷାର ଆନସର କି (ଉତ୍ତରମାଳା) ଜାରି କରାଯାଇଥିଲା । ଉତ୍ତରମାଳାକୁ ନେଇ ଅଭିଯୋଗ ରହିଥିବା ପ୍ରାର୍ଥୀମାନେ ଫେବୃଆରୀ ୧୫ରୁ ୧୮ ତାରିଖ ମଧ୍ୟରେ ଆବେଦନ କରିଥିଲେ ।

ତେବେ ଏହା ମଧ୍ୟରେ ଉକ୍ତ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁନିୟର ଷ୍ଟେନୋ, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର କ୍ଲର୍କ ଓ ଡାଟା ଏଣ୍ଟ୍ରି ଅପରେଟର ପଦର ମୁଖ୍ୟ ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏପ୍ରିଲ ମାସ ୨୧ ତାରିଖ (ରବିବାର) ଦିନ ଏହି ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଖୁବଶୀଘ୍ର ପ୍ରାର୍ଥୀଙ୍କ ପାଇଁ ଆଡମିସନ ଲେଟର ଜାରି କରାଯିବ । ତେଣୁ ପ୍ରାର୍ଥୀଙ୍କୁ ନିୟମିତ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.