fbpx
BJD SKY
BJD SKY

ଖରାଦିନେ ଅଧିକ ପିଉଛନ୍ତି କି ଲେମ୍ବୁପାଣି ? ହୋଇପାରେ ପେଟ ଯନ୍ତ୍ରଣା

BJD

ଖରାଦିନେ ଲେମ୍ବୁପାଣିର ଅଧିକ ଚାହିଦା ରହିଛି। ଘରେ ହେଉ ବା ରେଷ୍ଟୁରାଣ୍ଟ୍, ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଲେମ୍ବୁପାଣିର ଗୁରୁତ୍ୱକୁ ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ପିଇବାକୁ ପସନ୍ଦ କରୁଛନ୍ତି । ଖରାଦିନେ ସାଧାରଣତଃ ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି କୁହାଯାଏ । ଏହା ଶରୀରରେ ଜଳୀୟଅଂଶର ଅଭାବକୁ ଦୂର କରିବାରେ ସହାୟକ ହୋଇଥାଏ। ଲେମ୍ବୁରେ ଭିଟାମିନ ସି, ଭିଟାମିନ ଇ, ଭିଟାମିନ ବି-୬ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସଙ୍ଗେ ସଙ୍ଗେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଅଧିକ ମାତ୍ରାରେ ଲେମ୍ବୁ ପାଣିର ସେବନ ଦ୍ୱାରା ଦାନ୍ତରେ ଝିମ୍‌‌ଝିମ୍‌‌ ଅନୁଭବ ହୋଇଥାଏ । ଦାନ୍ତ ଉପରେ ମଧ୍ୟ କୁପ୍ରଭାବ ପକାଇବା ସହ ଦାନ୍ତ ଶୀଘ୍ର ନଷ୍ଟ ହେବାର ସମ୍ଭାବନା ଥାଏ।

ଖାଲି ପେଟରେ ମହୁ ସହ ଲେମ୍ବୁ ପାଣିର ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ଉତ୍ତମ ହେବା ପାଇଁ ସହାୟକ ହୋଇଥାଏ। ମାତ୍ର ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଏହାର ସେବନ ଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ।

ସେହିପରି ଲେମ୍ବୁ ରସକୁ ସିଧାସଳଖ କେଶରେ ଲଗାନ୍ତୁ ନାହିଁ। ଏହା କେଶକୁ ଶୁଷ୍କ କରିବା ସହ ଧଳାକେଶର କାରଣ ମଧ୍ୟ ପାଲଟିଥାଏ। ଅନେକ ସମୟରେ ରୂପି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲେମ୍ବୁ ରସ ସିଧାସଳଖ କେଶରେ ଲଗାଇ ଥାଆନ୍ତି। ମାତ୍ର ଏହାକୁ ସିଧାସଳଖ ବଦଳରେ ତେଲରେ ଏହାକୁ ଅଳ୍ପ ପରିମାଣରେ ମିଶାଇ ବ୍ୟବହାର କରିପାରିବେ।

ନିୟମିତ ଅଧିକ ପରିମାଣରେ ଲେମ୍ବୁ ପାଣିର ସେବନ କରିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଥାଏ। ଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ବାରମ୍ବାର ପରିସ୍ରା ଲାଗିଥାଏ। ଏହାସହ ଜଳୀୟଅଂଶର ଅଭାବ ମଧ୍ୟ ହୋଇଥାଏ ।

Get real time updates directly on you device, subscribe now.