fbpx
BSKY
BJD SHG SKY
BJD YOUTH SKY

ଅଧିକ ଭାତ ଖାଇବା ମଧ୍ୟ ଶରୀର ଉପରେ କ୍ଷତିକାରକ, ହୋଇପାରେ ଏହିସବୁ ରୋଗ

ଭାତ ବିନା ଆମର ଖାଦ୍ୟ ଅସମ୍ପୂର୍ଣ୍ଣ । ଭାତ ନ ଖାଇଲେ ଆମର ଦିନ ଭଲରେ କଟିନଥାଏ ବୋଲି ଆମେ ଭାବିଥାଉ । ସାଧାରଣତଃ ପ୍ରତ୍ୟେକ ଘରେ ଭାତ, ଡାଲି, ତରକାରୀ,ରୁଟିକୁ ସମ୍ପୂର୍ଣ୍ଣ ଭୋଜନ ବୋଲି କୁହାଯାଇଥାଏ । କିଛି ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି ତ କିଛି ଭାତ । ଏହି ୪ଟି ଖାଦ୍ୟରୁ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିଥାଏ । ଭାତରେ କାର୍ବୋହାଇଡ୍ରେଟ ଓ ମିନେରାଲ୍ସ ଭରପୁର ମାତ୍ରାରେ ରହିଛି ।

ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଅଧିକାଂଶ ଲୋକେ ଦିନରେ ଭାତ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ଦିନ ଓ ରାତି ଉଭୟ ସମୟରେ ଭାତ ଖାଇବାକୁ ପସନ୍ଦ କରିଥାଆନ୍ତି । ଭାତ ବିନା ଖାଦ୍ୟ ଖାଇବାକୁ ସ୍ୱାଦିଷ୍ଟ ମଧ୍ୟ ଲାଗିନଥାଏ । ମାତ୍ର ଅଧିକ ପରିମାଣରେ ଭାତ ଖାଉଥିଲେ, ଶରୀରରେ ଅନେକ ପ୍ରଭାବ ପକାଇଥାଏ । ଜାଣନ୍ତୁ ଭାତ ଖାଇବାର ସଠିକ ନିୟମ ବିଷୟରେ..

ଯେଉଁ ମାନଙ୍କର ହଜମ ଶକ୍ତି ଦୁର୍ବଳ କିମ୍ବା ପେଟ ଜନିତ ସମସ୍ୟା ଲାଗି ରହିଥାଏ, ଡାକ୍ତର ସେମାନଙ୍କୁ ଖେଚେଡି ଖାଇବାକୁ ପରାମର୍ଶ ଦେଇଥାଆନ୍ତି ।
ଉପକାରୀ ଗୁଣ ଥିବା ସତ୍ତ୍ବେ ଅତ୍ୟଧିକ ପରିମାଣରେ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଅନେକ ରୋଗର କାରଣ ପାଲଟିଥାଏ । କେଉଁ ମାନେ ବିଶେଷ କରି କମ୍‍ ପରିମାଣରେ ଭାତ ଖାଇବା ଉଚିତ ଜାଣନ୍ତୁ….

ଯେଉଁମାନେ ପନିପରିବା, ଫଳ, ଡ୍ରାଏ ଫ୍ରୁଟ୍ସ ଆଦି ଖୁବ କମ ମାତ୍ରାରେ ଖାଇଥାଆନ୍ତି । ଅଧିକ ଭାତ ଖାଇବା ପରେ ଏସବୁ ଜିନିଷର କମ ସେବନ ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିପାରିନଥାଏ । ଅଧିକ ଭାତ ଖାଇବା ଦ୍ୱାରା ଓଜନ ମଧ୍ୟ ବୃଦ୍ଧି ହୋଇଥାଏ । ଫଳରେ ଅନେକ ରୋଗ ସୃଷ୍ଟି ହୋଇଥାଏ ।

ଅଧିକ ଭାତ ଖାଇବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ମଧୁମେହ ରୋଗୀ ମଧ୍ୟ ଖୁବ କମ୍‍ ପରିମାଣରେ ଭାତରେ ସେବନ କରିବା ଉଚିତ । ଅଧିକ ଭାତ ଖାଇବା ଦ୍ୱାରା ଏହା ରକ୍ତରେ ଶର୍କରାର ମାତ୍ରାକୁ ବୃଦ୍ଧି କରିଥାଏ ।

ଅଧିକ ଭାତ ଖାଇବା ଦ୍ୱାରା ମେଟାବୋଲିଜିୟମ ଜନିତ ସମସ୍ୟା ହୋଇଥାଏ । ଓଜନ ବୃଦ୍ଧିର କାରଣ ପାଲଟିବା ଫଳରେ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ । ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ୍‍, ଫ୍ୟାଟ୍‍ ଆଦି ସମସ୍ୟାକୁ ବୃଦ୍ଧି କରିଥାଏ । ଯେଉଁମାନେ ଏହି ସମସ୍ତ ରୋଗରେ ପୀଡ଼ିତ ସେମାନେ ଖୁବ କମ ପରିମାଣରେ ଭାତ ସେବନ କରିବା ଉଚିତ । ଗୋଟିଏ ସମୟରେ ଭୋଜନରେ ଅଳ୍ପ ପରିମାଣର ଭାତର ସେବନ କରିପାରିବେ ।

ଯେଉଁ ଖାଦ୍ୟଦ୍ରବ୍ୟରେ କାବ୍ରୋହାଇଡ଼୍ରେଡ଼ ଅଧିକ ପରିମାଣରେ ଥାଏ, ତାହାକୁ ରାତିରେ ଖାଇବା ଦ୍ୱାରା ମୋଟା ହେବା ସହ ପେଟ ବଢିଥାଏ। ତେଣୁ ରାତିରେ ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ସହ ପେଟ ବଢିଥାଏ।

Get real time updates directly on you device, subscribe now.