Sunglasses ଚୟନ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ୍ ଆଖି ହୋଇପାରେ ଖରାପ

ଓଡ଼ିଶା ଭାସ୍କର: ଖରା ଦିନେ ସୂର୍ଯ୍ୟର ଅତିବାଇଗିଣି ରଶ୍ମି(UV rays)ରୁ ଆଖିକୁ ସୁରକ୍ଷା ପ୍ରଦାନ କରିଥାଏ ସନ୍‌ଗ୍ଲାସ । ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ସନଗ୍ଲାସେସ୍ ଉପଲବ୍ଧ ଉଭୟ ବ୍ରାଣ୍ଡେଡ୍ ଏବଂ ନନ୍ ବ୍ରାଣ୍ଡେଡ୍‌, ଡେ ନାଇଟ୍ ଇତ୍ୟାଦି । ଅଧିକାଂଶ ଲୋକମାନେ ଷ୍ଟାଇଲିଶ୍ ଲୁକ୍ ପ୍ରଦାନ କରୁଥିବା କମ୍ ଦାମିକିଆ ସନଗ୍ଲାସେସ୍ ବ୍ୟବହାର କରିଥାନ୍ତି । ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଏହା ଏକ ଫ୍ୟାଶନ୍ ଷ୍ଟେଟମେଣ୍ଟ ଭାବେ ଉଭା ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ଏହା ଆଖିକୁ କ୍ଷତି ପହଞ୍ଚାଇଥାଏ ।

ଅଧିକାଂଶ ଲୋକଙ୍କ ଧାରଣା ଥାଏ ଯେ ଅଧିକ ଗାଢ଼ ରଂଗ ଥିବା ସନ୍‌ଗ୍ଲାସ ବ୍ୟବହାର କରିବା ସୂର୍ଯ୍ୟର ଅତିବାଇଗିଣି ରଶ୍ମିରୁ ଆଖିକୁ ସୁରକ୍ଷା ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା ଆମେରିକୀୟ ଏକାଡେମୀ ଅଫ୍ ଅପଥାଲ୍ମୋଲୋଜୀ ଅନୁସାରେ ସନଗ୍ଲାସ କିଣିବା ପୂର୍ବରୁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

୧. ଅତିବାଇଗିଣି ରଶ୍ମିକୁ ବ୍ଲକ୍ କରୁଥିବା ସନଗ୍ଲାସ୍‌: ସନଗ୍ଲାସ୍ କିଣିବା ପୂର୍ବରୁ ଏହା ୧୦୦% ଅତିବାଇଗିଣି ରଶ୍ମିରୁ ଅଖିକୁ ସୁରକ୍ଷା ପ୍ରଦାନ କରୁଥିବା ସୁନିଶ୍ଚିତ କରନ୍ତୁ । କିଛି ସନଗ୍ଲାସରେ ୪୦୦ NM ପର୍ଯ୍ୟନ୍ତ UV blocking ଥିବା ଦାବି କରିଥାନ୍ତି ଦୋକାନୀ । କିନ୍ତୁ ବାସ୍ତବରେ ସେଥିରେ ୧୦୦% UV blocking  ସନଗ୍ଲାସ୍ ହିଁ ରହିଥାଏ ।

୨. ଗାଢ଼ ରଙ୍ଗ: ଅଧିକାଂଶ ବ୍ୟକ୍ତି ସନଗ୍ଲାସ କିଣିବା ସମୟରେ ଗାଢ଼ ରଙ୍ଗ ପ୍ରତି ଆକୃଷ୍ଟ ହୋଇଥାନ୍ତି । ଚଷମା ଯେତେ ଗାଢ଼ ରଂଗର ହେବ ତାହା ସେତିକି ଅଧିକ ଆଖିକୁ ସୁରକ୍ଷା ପ୍ରଦାନ କରିଥାଏ । ଏପରି ଭାବିବା ଭୁଲ । ଏଥିପାଇଁ ପୋଲାରାଇଜ୍‌ଡ ଲେନ୍ସ ବିଶିଷ୍ଟ ସନଗ୍ଲାସ୍ ବ୍ୟବହାର କରିପାରିବେ ।

୩. ଲେନ୍ସର କ୍ୱାଲିଟି: ସାଧାରଣତଃ ଦୋକାନରେ ସନଗ୍ଲାସ ଟ୍ରାଏ କରିବା ସମୟରେ ଯଦି ଗୋଟିଏ ପଟର ରଂଗ ଗାଢ଼ ଏବଂ ଅନ୍ୟ ପଟର ରଂଗ ହାଲୁକା ଦେଖାଯାଏ । ଏହା ସହ ଚଟାଣ ସମତଳ ପରିବର୍ତ୍ତେ ଉପର ତଳ ଦେଖାଯାଏ । ତେବେ ଏହା ଭୁଲ ଚଷମା ହୋଇପାରେ । ଲେନ୍ସର କ୍ୟୁାଲିଟି ଠିକ୍ ନଥିଲେ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ । ବିଶେଷ କରି ଲେନ୍ସ କେତେ ସ୍କ୍ରାଚ୍ ଫ୍ରି ଏବଂ ଦୀର୍ଘସ୍ଥାୟୀ ଏହା ଉପରେ ଫୋକସ କରନ୍ତୁ ।

୪. ଶସ୍ତା ଚଷମା କିଣିବା ଠାରୁ ଦୂରେଇ ରୁହନ୍ତୁ: ବଜାରରେ ଶସ୍ତାରେ ଉପଲବ୍ଧ ହେଉଥିବା ସାଧାରଣ ଚଷମା କିମ୍ବା ସନଗ୍ଲାସ କିଣିବା ଠାରୁ ଦୂରେଇ ରୁହନ୍ତୁ । ଏଥିରେ ଶସ୍ତା କ୍ୟୁାଲିଟିର ଜିନିଷ ବ୍ୟବହାର ହୋଇଥାଏ ଯାହା ପରବର୍ତ୍ତୀ ସମୟରେ ଆଖି ପାଇଁ ସମସ୍ୟା ସୃଷ୍ଟି କରିପାରେ ।

୫. ବଡ଼ ଆକାରର ସନଗ୍ଲାସ୍‌: ସବୁବେଳେ ଟିକେ ବଡ଼ ଆକାରର ସନଗ୍ଲାସ ଚୟନ କରନ୍ତୁ । ଏହା ଆଖିକୁ ସମ୍ପୂର୍ଣ୍ଣ ଭାବେ ଢ଼ାଙ୍କି ରଖିବ ଏବଂ ସୂର୍ଯ୍ୟର ଅତିବାଇଗିଣି ରଶ୍ମିରୁ ସୁରକ୍ଷା ଦେବ । ଏହା ବ୍ୟତୀତ ଆପଣଙ୍କ ଚେହେରାର ଆକାରକୁ ମାନୁଥିବା ଭଳି ଫ୍ରେମ୍ ଚୟନ କରିପାରିବେ ।