ନୂଆଦିଲ୍ଲୀ: ଆପ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ନିଜ ସହ ଘଟିଥିବା ଘଟଣାର ପ୍ରଥମ ପ୍ରତିକ୍ରିୟା ଜାରି କରିଛନ୍ତି । ଆପ ସାଂସଦ ନିଜ ଏକ୍ସ ଆକାଉଣ୍ଟର ପୋଷ୍ଟରେ କହିଛନ୍ତି ଯେ, ପୋଲିସକୁ ସେ ବୟାନ ଜାରି କରିଛନ୍ତି । ସେ ଆଶା କରିଛନ୍ତି ଯେ, ଏହି ମାମଲାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ସେ କହିଛନ୍ତି ଯେ, ଗତ ଦିନ ତାଙ୍କ ପାଇଁ କଠିନ ଥିଲା ।
ସ୍ୱାତୀ ମାଲିୱାଲ କହିଛନ୍ତି ଯେ, ‘ମୋ ସହ ଯାହା ହେଲା ତାହା ବହୁତ ଖରାପ । ମୋ ସହ ହୋଇଥିବା ଘଟଣାରେ ମୁଁ ପୋଲିସକୁ ନିଜ ଷ୍ଟେଟମେଣ୍ଟ ଦେଇଛି । ମୋତେ ବିଶ୍ୱାସ ରହିଛି ଯେ, ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ଲୋକେ ମୋ ପାଇଁ ପ୍ରାର୍ଥନା କରିଛନ୍ତି ଧନ୍ୟବାଦ, ଯେଉଁ ଲୋକେ ଚରିତ୍ର ହରଣ କରିବାର ପ୍ରୟାସ କରିଛନ୍ତି, ଏହା କହିଛନ୍ତି ଯେ, ଅନ୍ୟ ପାର୍ଟୀ ଇସାରାରେ କରିଛନ୍ତି, ଭଗବାନ ତାଙ୍କୁ ବି ଖୁସିରେ ରଖନ୍ତୁ । ଦେଶରେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଚାଲିଛି, ସ୍ୱାତୀ ମାଲିୱାଲ ଜରୁରୀ ନୁହେଁ, ଦେଶର ପ୍ରସଙ୍ଗ ଜରୁରୀ । ବିଜେପି ଲୋକଙ୍କୁ ଖାସ କରି ଅନୁରୋଧ କରୁଛି ସେମାନେ ଏହି ଘଟଣାର ରାଜନୀତି ନ କରନ୍ତୁ ।’
मेरे साथ जो हुआ वो बहुत बुरा था। मेरे साथ हुई घटना पर मैंने पुलिस को अपना स्टेटमेंट दिया है। मुझे आशा है कि उचित कार्यवाही होगी। पिछले दिन मेरे लिए बहुत कठिन रहे हैं। जिन लोगों ने प्रार्थना की उनका धन्यवाद करती हूँ। जिन लोगों ने Character Assassination करने की कोशिश की, ये बोला…
— Swati Maliwal (@SwatiJaiHind) May 16, 2024